ବେଗୁନିଆପଡ଼ା ଠାରେ ଜଣେ ବ୍ଯକ୍ତିଙ୍କ ଗଳିତ ଶବ ଉଦ୍ଧାର।

0 95

କୋଦଳା ,୧୯/୦୫(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ସ୍ଥିତ ନୂଆଁ ଡେରା ସାହିରେ ଜଣେ ବ୍ଯକ୍ତିଙ୍କର ଗଳିତ ଶବ ଉଦ୍ଧାର କରିଛି ପୋଲିସ। ପରିତ୍ୟକ୍ତ ଅବସ୍ଥାରେ ଶବଟି ପଡି ପଚି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଖବର ପାଇ ବେଗୁନିଆପଡ଼ା ଥାନାକୁ ଖବର ଦେଇଥିଲେ। ପରେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ତତ୍ବାବଧାନରେ ପୋଲିସ ଟିମ୍ ପହଞ୍ଚି ଶବକୁ ଉଧାର କରି ପୋଷ୍ଟ ମୋଟମ୍ ପାଇଁ ପଠାଯାଇଛି। ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ଏବଂ କିପରି ଘଟିଲା ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।ମୃତ ବ୍ଯକ୍ତି ଜଣକ ହେଲେ ମର୍ଦ୍ଦକୋଟର ସାମାନ୍ଯ ଦୃଷ୍ଟିହୀନ ଭାସ୍କର ନାୟକ ବୋଲି ସୂଚନା ମିଳିଛି। ସେ ଦୀର୍ଘ ଦିନ ଧରି ବେଗୁନିଆପଡ଼ା ସ୍ଥିତ ଅଖଣ୍ଡ ନାମରେ ହରିନାମ ସଂକୀର୍ତ୍ତନ କାର୍ଯ୍ୟ କରୁଥିବା ବେଳେ କିପରି ମୃତ୍ୟୁ ଘଟିଲା ତାହା ଜଣାପଡିନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।ପୋଲିସ ପକ୍ଷରୁ ଶବ ବ୍ୟବଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.