ବେଆଇନ ଅସ୍ତ୍ରଶସ୍ତ୍ର ଓ ନିର୍ମାଣ ସାମଗ୍ରୀ ଜବତ, ଜଣେ ଗିରଫ ।

0 201

ପୋଲସରା ,୦୧/୦୮(ପିପିଟି):ପୋଲସରା ପୋଲିସ ଶୁକ୍ରବାର ଦିନ ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ଗ୍ରାମର ବଡ ସାହିରେ ଚଢାଉ କରି ବେଆଇନ୍ ଅସ୍ତ୍ରଶସ୍ତ୍ର ସହିତ ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ କେତେକ ସରଞ୍ଜାମ ଜବତ କରିଥିବା ଜଣାପଡିଛି । ଆଜି ପୋଲସରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେ ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇ କହିଛନ୍ତି ଯେ ପୋଲସରା ଥାନା ପକ୍ଷରୁ ଅପରାଧ ନିୟନ୍ତ୍ରଣ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କୁ ରୋକିବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ସମୟରେ ସୂଚନା ପାଇଥିଲେ ଯେ ସୋଡକ ଗ୍ରାମ ର ବଡ଼ସାହି ବାସିନ୍ଦା ପ୍ରତାପ ଭଞ୍ଜ ସାମନ୍ତ ଘରେ ବେଆଇନ୍ ବନ୍ଧୁକ ନିର୍ମାଣ ହେଉଛି । ଫଳରେ ପୋଲିସ ଶୁକ୍ରବାର ରାତିରେ ପ୍ରତାପ ଭଞ୍ଜ ସାମନ୍ତ ଘରେ ଚଢ଼ାଉ କରିଥିଲେ । ଫଳରେ ପୋଲିସ କୁ ପ୍ରତାପ ଭଞ୍ଜ ସାମନ୍ତ ଘରୁ ଦୁଇଟି ଦେଶି ବନ୍ଧୁକ , ଗୋଟିଏ ଭଙ୍ଗା ଦେଶି ବନ୍ଧୁକ , ଲୁହାର ବିଭିନ୍ନ ଉପକରଣ , ସହିତ ବିପୁଳ ପରିମାଣର ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ସାମଗ୍ରୀ ମିଳିଥିଲା । ପ୍ରତାପ ଭଞ୍ଜ ସାମନ୍ତ ଦୀର୍ଘ ଦିନ ହେଲା ବେଆଇନ ଭାବେ ଦେଶୀ ବନ୍ଧୁକ ନିର୍ମାଣ କରି ବ୍ୟବସାୟ କରୁଥିବା ପୋଲିସ ସନ୍ଦେହ କରୁଛି । ଏହି ମାମଲାରେ ପୋଲିସ ପ୍ରତାପ ଭଞ୍ଜ ସାମନ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ଙ୍କ ସମେତ ଥାନା ଅଧିକାରୀ କୌଶିକ ମାଝୀ , ଏସ୍ ଆଇ ମିଲନ ପ୍ରଧାନ ଏବଂ ଅନ୍ୟ ଆରକ୍ଷୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.