ବୋଲଗଡ଼,୦୫/୦୬(ପିପିଟି): ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ୫ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇଥାଏ। ବିଶ୍ବ ସ୍ତରରେ ପରିବେଶ ପ୍ରତି ରାଜନୈତିକ ତଥା ସାମାଜିକ ଜାଗରଣ ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ୧୯୭୨ମସିହାରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। ପରିବେଶ ସୁରକ୍ଷା ନିମନ୍ତେ ଆଜିର ଦିନଟି ଗୁରୁତ୍ବ ପୁର୍ଣ କଥା ଅଟେ। ଚଳିତ ବର୍ଷର ବିଷୟ ବସ୍ତୁ ହେଉଛି “ପ୍ରକୃତି ସହ ସମୟ”
ଏ ଅବସରରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଅନ୍ତର୍ଗତ ଡିଙ୍ଗର ଗ୍ରାମର ପ୍ରକୃତି ବନ୍ଧୁ ବିଶ୍ବମ୍ବର ମାର୍ଥା ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ନିଜ ଗ୍ରାମ ଶ୍ମଶାନରେ ବିଶ୍ୱ ପରିବେଶ ଦିବସ ଅବସରରେ ଗୋଟିଏ ଅଶ୍ୱସ୍ତ ଓ ଗୋଟିଏ ଚମ୍ପା ଗଛ ଲଗାଇଛନ୍ତି। ତାଙ୍କର କହିବା ଅନୁସାରେ ଅଧିକ ଗଛ ଲଗାଇବା ଅପେକ୍ଷା ଗୋଟିଏ କିମ୍ବା ଦୁଇଟି ଗଛ ଲଗାଇ ତାର ଯତ୍ନନେଇ ବଞ୍ଚାଇ ପାରିଲେ ପରିବେଶ ଦିବସର ଉଦ୍ଦେଶ୍ୟ ସଫଳ ହୋଇ ପାରିବ। ଏଥି ସହିତ ସେ ଅଞ୍ଚଳ ବାସୀଙ୍କୁ ଆଗକୁ ବର୍ଷା ଋତୁ ଆସୁଅଛି ତେଣୁ କରି ଗୋଟିଏ କିମ୍ବା ଦୁଇଟି ଗଛ ଲଗାଇବା ସହିତ ତାର ଯତ୍ନ ନିଅନ୍ତୁ ଏବଂ ସମସ୍ତେ ପୃଥିବୀର ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କୁ ଦୃଷ୍ଟି ରେ ରଖି ପରିବେଶ ସୁରକ୍ଷା ଦିଗରେ ସଚେତନ ହେବା ଓ ପଦକ୍ଷେପ ନେବା ଆବଶ୍ୟକ। ଆଉ ସବୁ କଥା ପଛ ଆସ ଲଗାଇବା ଗଛ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)