ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ।

0 236

ମାଲକାନଗିରି,୧୬/୦୧(ପିପିଟି): ଚିତ୍ରକୋଣ୍ଡା ମାଟି ବନ୍ଧ ବିଭାଜନ ଆନୁକୂଲ୍ୟରେ ମାଲକାନଗିରି ସଦର ମହକୁମା ସ୍ଥିତ ସତୀଗୁଡା ଜଳ ସେଚନ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି, ମୁଖ୍ୟ ବକ୍ତା ଭାବେ ପଟେରୁ ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପୀତବାସ ସେଠୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଯାମି ସୂରିୟା ରାଓ, ଚିତ୍ରକୋଣ୍ଡା ମାଟି ବନ୍ଧ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ରମାକାନ୍ତ ପାତ୍ର, ସହକାରୀ ଉଦ୍ୟାନ ଅଧିକାରୀ ସୁଶ୍ରୀ ବନିତା ହନ୍ତାଳ ମଞ୍ଚାସୀନ ଥିବା ବେଳେ ଉପ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ବେହେରା ମଞ୍ଚ ପରିଚାଳନା କରିଥିଲେ।
ଚଳିତ ମାସ ଜାନୁଆରୀ ୧୬ ତାରିଖ ରୁ ୩୦ ତାରିଖ ପାଣି ପଞ୍ଚାୟତ ପକ୍ଷ ସମଗ୍ର ଓଡିଶାରେ ପାଳନ କରାଯାଉଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମକୁ ସତୀଗୁଡା ଉହପଖଣ୍ଡ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି।କେନାଲ ରକ୍ଷଣା ବେକ୍ଷଣ ରେ କୃଷକ ମାନଙ୍କ ର ସହ ଯୋଗ ଓ ଦାୟିତ୍ଵ ଉପରେ ମଞ୍ଚାସୀନ ଅତିଥିମାନେ ଆଲୋକପାତ କରିଥିଲେ।
ରାଜ୍ଯ ସରକାରଙ୍କ ଦ୍ବାରା ପ୍ରଚଳିତ ପାଣି ପଞ୍ଚାୟତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘ ସ୍ଥାୟୀ କରିବାକୁ ଆପ୍ରାଣ ଉଦ୍ୟମ କରିବି ବୋଲି ଉପସ୍ଥିତ ଚାଷୀମାନେ ଶପଥ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.