ବିପୁଳ ପରିମାଣରେ ବିଦେଶୀ ମଦ ଜବତ; ଜଣେ ଗିରଫ ।

0 1,211

ଭଞ୍ଜନଗର, ୨୭/୦୬(ପିପିଟି):ଗୁରୁବାର ସନ୍ଧ୍ୟା ସମୟରେ ତାର ସିଂ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସୂଚନା ପାଇ ବଦାଙ୍ଗି ଗ୍ରାମ ଠାରେ ଚଢାଉ କରିଥିଲା।ସେହି ସମୟରେ ଗ୍ରାମର ରାଜୀବ ସେଠୀଙ୍କ ଘର ପଛରେ ଜରି ପାଲ ଆଚ୍ଛାଦିତ ହୋଇ ବିଭିନ୍ନ ବ୍ରାଣ୍ଡର ୭୮. ୦୪୦ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଉକ୍ତ ମଦ ବିକ୍ରି ପାଇଁ ରଖିଥିବା ମାଲିକ ସୁମନ୍ତ କୁମାର ସୁବୁଦ୍ଧିଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ତାରସିଂ ଥାନାରେ କେସ୍ ନମ୍ବର ୨୫୨/୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।ଏଥିସହ ମାଲିକ ଭଞ୍ଜନଗର ଥାନା ଭେଜିପୁଟ ଗ୍ରାମର ସୁମନ୍ତ କୁମାର ସୁବୁଦ୍ଧିକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ରେବତୀ ଶବର ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.