ବିଦ୍ୟୁତ ସର୍ଟ ସର୍କିଟ ଘଟି ଅଗ୍ନିକାଣ୍ଡ,ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି।

0 360

ବୋଲଗଡ଼,୨୩/୧୧(ପିପିଟି):ବୋଲଗଡ଼ ଥାନା ଖଙ୍ଗୁରିଆ ଗ୍ରାମରେ ଗତ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି।ଘଟଣାରୁ ଜଣାପଡିଛି ଯେ ସେହି ଗ୍ରାମର ଯୁଗଳ କିଶୋର ଦୁହୁଡ଼ିଙ୍କ ପରିବାର ପ୍ରତିଦିନ ପରି ରାତ୍ରି ଭୋଜନ ସାରି ଶୋଇ ଯାଇଥିଲେ।ତେବେ ବିଳମ୍ବିତ ରାତ୍ରି ପ୍ରାୟତଃ ୧ଟା ସମୟରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟି ଥିଲା।ତତକ୍ଷଣାତ ତଡିତ ବେଗରେ ଅଗ୍ନିକାଣ୍ଡ ଘଟି ମାଟି କଚ୍ଚାଘର ସହ ଶସ୍ୟ ଜାତୀୟ ମୁଗ ୨କ୍ୟୁଣ୍ଟାଲ,ଧାନ ଚାଉଳ ମିଶି ୧୦ କ୍ୟୁଣ୍ଟାଲ,କାଠ ଆଲମାରୀ ସହ ଗୃହ ଉପକରଣ ଓ ନଗଦ ୨ ଲକ୍ଷ ଟଙ୍କା ପୋଡି ଭସ୍ମୀଭୂତ ହୋଇଯାଇଛି।ଖବର ପାଇ ସ୍ଥାନୀୟ ଅଗ୍ନିସେବା ବାହିନୀ କର୍ମଚାରୀମାନେ ତୁରନ୍ତ ପହଂଚି ଅଗ୍ନିକୁ ଆୟତ୍ତ କରିଥିଲେ। ଶ୍ରୀ ଦୁହୁଡ଼ି ଜଣେ ଗରିବ ଚାଷୀ ଥିବାରେ ତାକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.