କୋଦଳା,୦୧/୧୦(ପିପିଟି):ରବିବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୨ ରାମଚନ୍ଦ୍ରପୁର ଠାକୁରାଣୀ ମନ୍ଦିର ନିକଟ ରେ କୋଦଳା ଏନ୍ଏସି ବିଜୁ ଜନତା ଦଳ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଥିବା ବେଳେ ନିକଟରେ ବିଜେପି ଛାଡି ବିଜେଡି ରେ ଯୋଗଦେଇଥିବା ୨୦୧୯ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ରଞ୍ଜନ ପୋଲେଇ ଉପସ୍ଥିତ ଥିଲେ! ପୋଲାଈ ଙ୍କ ସମେତ କୋଦଳା ଏନ୍ଏସି ର ବିଜେଡି ରେ ଯୋଗଦେଇଥିବା କିଛି ବିଜେପି କାଉନସିଲର ପ୍ରତିନିଧିଙ୍କୁ କୋଦଳା ବିଜେଡି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ବ୍ୟକ୍ତି ଏକତ୍ରିତ ଭାବେ କାର୍ଯ୍ୟ କରି ଓଡିଶା ର ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିକାଶ ଧାରାକୁ ଆଗେଇ ନେବାକୁ ପ୍ରତିଶ୍ରୁତି ବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ । ତତସହିତ ସରକାରଙ୍କ ବିଭିନ୍ନ ଜନହିତକାରି ଯୋଜନା ଗୁଡିକୁ ଜନସାଧାରଣଙ୍କ ନିକଟ ରେ ପହଞ୍ଚାଇବା ପାଇଁ କହିଥିଲେ । ଦଳର ନିର୍ଦ୍ଦେଶକ୍ରମେ ସୋମବାର ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ଏକ ପଦଯାତ୍ରା କୋଦଳା ୱାର୍ଡ ନଂ ୩ ଖଡୁରା ନୁଆଁ ସାହିଠାରେ ଅବସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରୁ ପଦଯାତ୍ରାରେ ବାହାରି କୋଦଳା ପରିଭ୍ରମଣ କରିବା ସହିତ ନୋଡାଲ ଉଚ୍ଚ ବିଦ୍ୟାଳୟ ଆଗରେ ଥିବା ରାସ୍ତା କଡରେ ଏକ ସଭାର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ସୋମବାର ସକାଳ ୧୦ ଘଣ୍ଟ ସମୟରେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପଦଯାତ୍ରାର ଶୁଭାରମ୍ଭ କରିବା ପାଇଁ ସ୍ଥିର କରାଗଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ର କାଉନସିଲର ଭଗବାନ ପାଢ଼ୀ, ଜିତେନ୍ଦ୍ର ପ୍ରଧାନ, ମନୋରଞ୍ଜନ ଡାକୁଆ,ସିମାଞ୍ଚଳ ଖଟେଇ, ସୁନିତା କାର୍ଜି,ଯୁବ ବିଜେଡି ସଭାପତି ସୁଦାମ ମହାନ୍ତି, ବିଜେଡି ନେତା ଦୁର୍ଯ୍ୟଧନ ଗୌଡ଼, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ,ସରପଞ୍ଚ,ସମିତି ସଭ୍ୟ, ଆସ୍କା ସମବାୟ ବେଙ୍କ ସଭାପତି ହୃଷିକେଶ ମେହେଣା, ଆତ୍ମା ଅଧ୍ୟକ୍ଷ ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)