ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ କଂଗ୍ରେସ କାଉନସିଲରଙ୍କ ଧାରଣା ।

0 205

ବାଲିଗୁଡା,୧୨/୦୬ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଜଣ କଂଗ୍ରେସ କାଉନସିଲର ଶୁକ୍ରବାର ଧାରଣା ଦେଇଥିବା ଜଣାପଡିଛି । ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଆୟବ୍ୟୟର ହିସାବ ଦେଉନଥିବା , ନିର୍ଦ୍ଧିଷ୍ଟ କିଛି ୱାର୍ଡ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ଓ ମନଇଚ୍ଛା ଟେଣ୍ଡର ଡକାଯାଇ ଟେଣ୍ଡର ପିକ୍ସିଂ କରି କାମ ବଣ୍ଟା ଯାଇଥାଏ ବୋଲି ୧ନଂ. ୱାର୍ଡ଼ ର ଅଜୟ କୁମାର ନାୟକ ଓ ୧୩ ନଂ ୱାର୍ଡ ର ଆଲୋକ କୁମାର ନାୟକ ଏହି ଦୁଇଜଣ କାଉନସିଲର ଅଭିଯୋଗ କରିଛନ୍ତି । ଅନ୍ୟପଟେ ସ୍ବତନ୍ତ୍ର ଅଡିଟ୍ କରି ସମସ୍ତ ତଥ୍ୟ ନଦେବା ଯାଏଁ ଆମେ ଧାରଣାରୁ ହଟିବୁ ନାହିଁ ବୋଲି କହିଛନ୍ତି ଦୁଇ କଂଗ୍ରେସ କାଉନସିଲର । ଏହା ସହ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ର କିଛି କୁଜିନେତା ଏହି ଏନ୍ଏସି ବୈଠକ ପରିଚାଳନା କରୁଛନ୍ତି ତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଆଜି ସମିତି ବୈଠକ ଥିଲା । ବୈଠକ ଆରମ୍ଭରୁ ହିଁ ପୂର୍ବ ଆୟବ୍ୟୟ ର ହିସାବ ମାଗିଥିଲେ ଦୁଇ କଂଗ୍ରେସ କାଉନସିଲର । ଏଥି ପୂର୍ବରୁ ମଧ୍ୟ ବାରମ୍ବାର କୌଣସି ତଥ୍ୟ ମାଗିଲେ ମଧ୍ୟ ଦେଉ ନ ଥିବାରୁ ଆଜି ବାଧ୍ୟ ହୋଇ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ କଂଗ୍ରେସ କାଉନସିଲରଙ୍କ ଧାରଣା ଦେଇଥିଲେ । ବର୍ତ୍ତମାନ ର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ପରେ ପୂର୍ବ ବିଷୟରେ ଆଲୋଚନା କରିବାକୁ କହିଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ । ଏଜେଣ୍ଡା ଅନୁଯାୟୀ ବୈଠକ ଅନୁଷ୍ଠିତ ହେବ କିନ୍ତୁ ସେମାନେ ଏହା ନ ମାନି ବୈଠକରୁ ଉଠିଯାଇ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଦୁଇ କାଉନସିଲର । ଅନ୍ୟପଟେ ଦୁଇ କଂଗ୍ରେସ କାଉନସିଲରଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.