ବାରହା ଆକ୍ରମଣରେ ତିନି ଗୁରୁତର ।

0 171

ଅନୁଗୋଳ,୧୧/୦୭: ବନ୍ତଳା ବନାଞ୍ଚଳ ନୂଆକ୍ଷେତ ବିଟ ବଡ କନ୍ତକୂଳ ପଞ୍ଚାୟତ ସିନ୍ଦିରି ସାହି ଠାରେ ବାରହା ଆକ୍ରମଣରେ ତିନି ଗୁରୁତର । ଗୁରୁତର ମାନେ ହେଲେ ସିନ୍ଦିରି ସାହି ର ଅଭୟ ସାମଲଙ୍କ ସ୍ତ୍ରୀ ସରୋଜିନୀ ସାମଲ (୬୫), ସରତ ସାମଲଙ୍କ ପୁଅ ମଣ୍ଟୁ ସାମଲ (୨୮), ଲକ୍ଷ୍ମଣ ନାଏକଙ୍କ ପୁଅ କ୍ରିଷ୍ଣା ନାଏକ (୩୨) । ସୂଚନା ଯେ, ଆଜି ସକାଳ ସମୟରେ ଘର ନିକଟରେ ଥିବା ବିଲରେ ସରୋଜିନୀ, ମଣ୍ଟୁ, ତଳି କୁ ଜଗି ରହିଥିବା ବେଳେ କ୍ରିଷ୍ଣା ବନ୍ଧକୁ ଶୌଚ ପାଇଁ ଯାଇଥିଲେ ହଠାତ୍ ଜଙ୍ଗଲ ଆଡୁ ଏକ ବାରହା ଆସି ତିନି ଜଣଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ତିନି ଜଣ ଚିତ୍କାର କରିବାରୁ ଅନ୍ୟ ଲୋକ ମାନେ ଆସି ବାରହାକୁ ଘୋଉଡ଼ାଇ ତିନି ଜଣ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଖବର ପାଇ ବନ ବିଭାଗ ପହଁଞ୍ଚି ବନ ବିଭାଗ ଗାଡିରେ ତିନି ଗୁରୁତର ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ସରୋଜିନୀ ଙ୍କ ହାତ, କାନ୍ଧ, ପିଠି, ପେଟ ଗଭୀର ଆଘାତ ଲାଗି ଥିବା ବେଳେ କ୍ରିଷ୍ଣା ଙ୍କର ଜଂଘ, ଗୋଡ଼ ଓ ଡାହାଣ ହାତର ଦୁଇଟି ଆଙ୍ଗୁଠି ଛିଡି ଯାଇଥିବା ବେଳେ ମଣ୍ଟୁ ଙ୍କ ଛାତି, ହାତ ଏବଂ ଗୋଡ଼ ରେ ଗଭୀର ଆଘାତ ଲାଗି ଥିବା ନେଇ ଚିକିତ୍ସାଳୟ କତୃପକ୍ଷ କହିଛନ୍ତି।

Leave A Reply

Your email address will not be published.