ବାଜି ରାଉତଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ଜଣାଇଲେ ଆଇଜିପି ଡ. ସତ୍ୟଜିତ ନାୟକ ।

0 82

କଟକ, ୦୫/୧୦(ପିପିଟି): ସ୍ୱାଧୀନତା ସଂଗ୍ରାମରେ ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ପ୍ରାଣବଳି ଦେଇ ଇତିହାସରେ ଅମର ହୋଇଥିବା ସର୍ବକନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜିପି ଡ. ସତ୍ୟଜିତ ନାୟକ।

ଡ. ନାୟକ କହିଛନ୍ତି ଯେ, ବାଜି ରାଉତଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଓ ଅତୁଳନୀୟ ବଳିଦାନ ଓଡ଼ିଶା ତଥା ଦେଶର ଯୁବପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଅତି କମ୍ ବୟସରେ ମାତୃଭୂମି ପାଇଁ ସେ ଯେଉଁ ତ୍ୟାଗ ଓ ସାହସର ପରିଚୟ ଦେଇଥିଲେ, ତାହା ଦେଶର ସ୍ୱାଧୀନତା ଇତିହାସରେ ଚିରସ୍ମରଣୀୟ।

ସହିଦ ବାଜି ରାଉତଙ୍କ ଜୀବନ ଆମକୁ ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା, ସାହସ ଓ ତ୍ୟାଗର ଶିକ୍ଷା ଦେଇଥାଏ। ତାଙ୍କ ଆଦର୍ଶକୁ ମନେ ପକାଇ ଦେଶ ଓ ସମାଜର ଉନ୍ନତି ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ସତ୍ୟନିଷ୍ଠାର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଡ. ନାୟକ କହିଛନ୍ତି।

Leave A Reply

Your email address will not be published.