ବନକର୍ମଚାରୀଙ୍କ ଦ୍ବାରା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ ।

0 230

ମାଲକାନଗିରି,୧୪/୧୧(ପିପିଟି):ଗତ କାଲି ମାଲକାନଗିରି ବନ କର୍ମଚାରୀମାନେ ରାତ୍ର ସମୟରେ ପୋଟ୍ରୋଲଂ କରୁଥିବା ସମୟରେ କୋଇଲିପାରି ରାସ୍ତାରେ ଜଣେ ବ୍ୟକ୍ତି
ବଜ୍ରକାପ୍ତା ମୋଟର ସାଇକେଲରେ ପରିବହନ କରୁଥିବା ଯାଞ୍ଚ ସମୟରେ ଜଣା ପଡିଥିଲା। ବଜ୍ରକାପ୍ତା ଚୋରାଚାଲାଣ କରୁଥିବା ଆସାମୀ ଜଣକ ହେଲା ପେଣ୍ଡୟା କାକର(୩୯) ଗ୍ରାମ ଦୁଲାମଣ୍ଡି ପଞ୍ଚାୟତ କୁର୍ମାନୁର ଥାନ ଚିତ୍ରକୋଣ୍ଡା, ଜିଲ୍ଲା ମାଲକାନଗିରି। ପେଣ୍ଡୟା କାକର ଏହି ବଜ୍ରକାପ୍ତାଟି ଚିତ୍ରକୋଣ୍ଡା ଜଙ୍ଗଲରୁ ପାଇଥିବା ବେଳେ ଏହାର ଓଜନ ୧୫ କିଗ୍ରା ହେବ। ତେବେ ଏହି ବଜ୍ରକାପ୍ତାଟି ର ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ତେବେ ଏହି ବଜ୍ରକାପ୍ତାଟି ବିକ୍ରୟ ଉଦ୍ଦେଶ୍ୟରେ ନେବା ସମୟରେ ମାଲକାନଗିରି ବନ କର୍ମଚାରୀମାନେ ଯାଞ୍ଚ ସମୟରେ ଆସାମୀକୁ ଗିରଫ କରିବା ସହିତ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଧାରା,୯,୩୯,୪୨,୪୪,୪୮(ଏ)୪୯,୪୯(ବି)୫୧,୫୨,୫୭ ଅନୁସାରେ ମାମଲା ଋଜୁ କରାଯାଇଛି। ଆଜି ମାଲକାନଗିରି କୋର୍ଟକୁ ଅଭିଯୁକ୍ତ ପେଣ୍ଡୟା କାକରକୁ ଚାଲାଣ କରାଯିବ ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ମାଲକାନଗିରି ଡିଏଫଓ ସାଇ କିରଣ ପ୍ରକାଶ କରିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ଏସିଏଫ ,ହିମନ ନାୟକ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.