ବଡମଙ୍ଗଳପୁର ଗ୍ରାମରେ ରଜ ଉତ୍ସବ ।

0 71

ଯାଜପୁର,୧୬/୦୬(ପିପିଟି):ଓଡିଶାର ଗଣ ପର୍ବ ରଜ। ଏଥିପାଇଁ ଗାଁ ଠୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ପରିବେଶ। ବିଶେଷ କରି ଗ୍ରାମାଞ୍ଚଳରେ ରଜ ପରମ୍ପରା ବେଶ ନିଆରା। ଏହିକ୍ରମରେ ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ବଡ଼ମଙ୍ଗଳପୁର ଗ୍ରାମରେ ଚଳିତ ବର୍ଷ ରଜ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଗ୍ରାମର ଗ୍ରାମ ଦେବତୀ ମା’ କରଞ୍ଜେଇଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ରଜ ଉତ୍ସବରେ ଗ୍ରାମର କୁମାରୀ ମାନେ ଦୋଳିର ମଜା ଉଠାଇଥିଲେ। ସେହିପରି ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ ସଙ୍ଗୀତ ଅଧ୍ୟାପକ ଅମରେଶ ଦାଶ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଦାଶ, ନୃତ୍ୟ ଶିଳ୍ପୀ ରୁଦ୍ର ଯୋଗଦେଇଥିଲେ। ଅନୁଷ୍ଠିତ ପ୍ରତିଯୋଗିତାରେ ଖୁସିରାଣୀ ପରିଡା ପ୍ରଥମ, ରୋଜାଲିନ ଲୋୟାଶ୍ରୀ ଦ୍ଵିତୀୟ ଏବଂ ରୀତିକା ପ୍ରିୟଦର୍ଶିନୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାମ୍ବାଦିକ ଅବିନେଶ୍ୱର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶାନ ପଣ୍ଡା ଓ ବିଚାରକ ମଣ୍ଡଳୀ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମିତିସଭ୍ୟ ପ୍ରିୟବ୍ରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୌମ୍ୟପ୍ରକାଶ ବିଶ୍ୱାଳ, ଶିବାଶିଷ ସାହୁ, ପ୍ରକାଶ ନାୟକ, ସଂଜୀବ ପଣ୍ଡା, ଶକ୍ତିକାନ୍ତ ସାମଲ, ବିଭୁତି ଭୂଷଣ ନାୟକଙ୍କ ସମେତ ଗ୍ରାମର ଯୁବକ ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.