ପ୍ରାତଃ ଭ୍ରମଣ ବେଳେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ।

0 0

ଅନୁଗୋଳ,୦୩/୦୯ : ଗୁରୁବାର ସକାଳେ ଜଣେ ବ୍ୟକ୍ତି ପ୍ରାତଃ ଭ୍ରମଣ କରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଚନା ମୁତାବକ ଅନୁଗୋଳ ଜିଲାର ହଣ୍ଡପା ଥାନା ଅନ୍ତର୍ଗତ କଟରଙ୍ଗା ଗ୍ରାମର ସପନେଶ୍ବର ସାହୁ ଙ୍କ ପୁଅ ସୁଶିଲ କୁମାର ସାହୁ (୪୬) ଘରୁ ଗୁରୁବାର ଭୋର ୬ଟା ସମୟରେ ପ୍ରାତଃ ଭ୍ରମଣରେ ବାହାରି ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଚାଲୁଥିବା ସମୟରେ ସମ୍ବଲପୁରରୁ ଅନୁଗୋଳ ଆଡ଼କୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇଥିଲା ଯାହା ଫଳରେ ସୁଶିଲ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ଏକ ଘାସ ବୁଦା ଭିତରେ ଛିଟିକି ପଡ଼ିଥିଲେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ୧୦୮ ରୋଗୀ ବୁହା ଗାଡି଼ିକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ୧୦୮ ରୋଗୀ ବୁହା ଗାଡି ପହଞ୍ଚିବା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଜଣାଇବା ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.