ପ୍ରଗତିଶୀଳ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ। ।

0 54

ବ୍ରହ୍ମପୁର,୦୨/୦୮(ପିପିଟି): କମ୍ରେଡ ବିଶ୍ବନାଥ ସାହୁ ଶତବାର୍ଷିକୀ କମିଟି ଭୁବନେଶ୍ୱର ଓ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମର ମିଳିତ ସହଯୋଗରେ ପ୍ରଗତିଶୀଳ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ସ୍ଥାନୀୟ ଉତ୍କଳ ସମ୍ମିଳନୀର ଭାଷାଭବନ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ ବିଶ୍ବନାଥ ସାହୁଙ୍କ ଫୋଟରେ ପୁଷ୍ପାଞ୍ଜଳି ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଶତବାର୍ଷିକୀ କମିଟିର ସଂଯୋଜକ ବିଘ୍ନେଶ୍ୱର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଛି । ପ୍ରଥମ ଅଧିବେଶନରେ ଶତବାର୍ଷିକୀ କମିଟିର ସଂଯୋଜକ ବିଘ୍ନେଶ୍ୱର ସାହୁ ଦ୍ଵାରା ଅତିଥି ପରିଚୟ ସହିତ ଅତିଥିମାନଙ୍କ ମଞ୍ଚକୁ ଆମନ୍ତ୍ରଣ କରାଯାଇଛି । ତ୍ରିଧାରା ସାହିତ୍ୟ ସଂସଦର ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କ ସଭାପତି, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସମ୍ପାଦକ, ଜନ୍ମ ଶତବାର୍ଷିକୀର ସଭାପତି, ଭଗବାନ ସାହୁ ମୁଖ୍ୟ ଅତିଥି ଡକ୍ଟର ହୃଷୀକେଶ ପଣ୍ଡା ଅଧ୍ୟକ୍ଷ କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟ, ନରେନ୍ଦ୍ର ପୁର, ମୁଖ୍ୟବକ୍ତା ଡକ୍ଟର ବିଧୁପ୍ରଭା ରଥ ସାହିତ୍ୟିକା ,ସମ୍ମାନିତ ଅତିଥି ଡକ୍ଟର ସୁଜିତ କୁମାର ପଣ୍ଡା ଅଧ୍ୟକ୍ଷ,ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ,ଅତିଥି ରୂପେ ମଞ୍ଚସୀନ ହୋଇ ନିଜ ନିଜର ବକ୍ତବ୍ୟ ରଖିବା ସହ କମ୍ରେଡ ବିଶ୍ବନାଥ ସାହୁଙ୍କ ସ୍ମୃତି ଚାରଣ କରିଛନ୍ତି । ଏହି ଅଧିବେଶନକୁ ଶତବାର୍ଷିକୀ କମିଟିର ଆବାହକ ବୃନ୍ଦାବନ ପଣ୍ଡା ସଞ୍ଚାଳନ କରିଛନ୍ତି । ସେହି ପରି ଦ୍ବିତୀୟ ଅଧିବେଶନରେ ପ୍ରଗତିଶୀଳ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଡକ୍ଟର ଅଶୋକ କୁମାର ପଣ୍ଡା ତ୍ରିଧାରା ସାହିତ୍ୟ ସଂସଦର ଉପସଭାପତି ସଭାପତିତ୍ବ କରିବାବେଳେ, ଅତିଥି ଭାବେ ଦଣ୍ଡପାଣି ମହାପାତ୍ର,ଦକ୍ଷିଣ ଓଡିଶା ସମ୍ମିଳନୀର ମହାସଚିବ, ବିଭୂଧେନ୍ଦ୍ର ପାଢ଼ୀ,ବରିଷ୍ଠ ସାମ୍ବାଦିକ ତଥା ସଭାପତି ଫରୱାର୍ଡ ବ୍ଳକ,ଗଞ୍ଜାମ ଜିଲ୍ଲା, ହୃଦୟ ରଞ୍ଜନ ମେକାପ,ସଭାପତି, ଖେମୁଣ୍ଡ ଓକିଲ ସଂଘ, ସୁଜାତା ମହାପାତ୍ର,କଥାକାର, ଭୁବନେଶ୍ୱର। କବିତା ଗୁଡ଼ିକ ସଯୋଜନା କରିଥିଲେ, ଗାୟତ୍ରୀ ପାଣିଗ୍ରାହୀ ଓ ପୀତବାସ ତ୍ରିପାଠୀ । ଏହି ଅଧିବେଶନ ରେ ୪୦ରୁ ଉର୍ଦ୍ଧ୍ବ ପ୍ରଗତିଶୀଳ କବିତା ପଠନ ହୋଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ କବି, କବୟତ୍ରୀ ଓ କମ୍ରେଡ ବିଶ୍ବନାଥ ସାହୁ ପ୍ରେମୀ ଯୋଗଦାନ କରିଛନ୍ତି । ପରିଶେଷରେ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.