ପୋଲସରା କଲେଜ : ପ୍ରଥମ ୧୦ ରେଙ୍କରେ ଦର୍ଶନ ବିଭାଗର ଦୁଇ ଓ ଇତିହାସ ବିଭାଗର ଏକ।

0 198

ପୋଲସରା,୧୬/୦୫ (ପିପିଟି) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର +୩ ଶେଷ ବର୍ଷର ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗରେ ଦୁଇଟି ରେଙ୍କ ଓ ଇତିହାସ ବିଭାଗର ଗୋଟିଏ ରେଙ୍କ ରେ ରହି କଲେଜ ପାଇଁ ଗୌରବ ଆଣିପାରିଛନ୍ତି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ଛାତ୍ରୀ କ୍ରିଷ୍ଣା ସାହୁ ୧୦୬୨ ମାର୍କ ରଖି ୬ଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଅଲିଭା ପାତ୍ର ୧୦୪୫ ମାର୍କ ରଖି ୭ମ ସ୍ଥାନ ଅଧିକାର କରିଛନ୍ତି। ସଫଳତା ହାସଲ କରିଥିବା ଏହି ଦୁଇ ଛାତ୍ରୀ ନିଜର ଶ୍ରେୟ ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ, ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ରୁଦ୍ର ପ୍ରାସାଦ ଗୌଡ଼ ଓ ଅଧ୍ୟାପକ ସେକ୍ ଫରିଦ୍ ଙ୍କୁ ଦେବା ସହିତ ଆଗାମୀ ଦିନରେ ଅଧ୍ୟାପିକା ହେବ ପାଇଁ ଲକ୍ଷ ରଖିଛନ୍ତି। ପ୍ରତିବର୍ଷ ଦର୍ଶନ ଶାସ୍ତ୍ର ବିଭାଗର ଶିକ୍ଷାର୍ଥୀ ମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଆସୁଅଛି। ସେହିପରି ଇତିହାସ ବିଭାଗର ଝରଣା ଭୂୟାଁ ୧୧୨୬ ମାର୍କ ରଖି ୭ମ ସ୍ଥାନ ଅଧିକାର କରିଛନ୍ତି। ସେ ନିଜର ସଫଳତାର ଶ୍ରେୟ ପ୍ରିନ୍ସପାଲ ଡକ୍ଟର ନାୟକ, ଇତିହାସ ବିଭାଗର ମୁଖ୍ୟ ଲେଫନାଣ୍ଟ ବିନତା କୁମାରୀ ଦାସ, ଅଧ୍ୟାପକ ସୁଦାମ ସେଠୀ, ଅମିତ କୁମାର ସାହୁ ଓ ବସନ୍ତ କୁମାର ପାଣି ଙ୍କୁ ପ୍ରଦାନ କରିଛନ୍ତି। ଏହି ଗୌରବ ପାଇଁ କଲେଜରେ ଖୁସିର ଲହରୀ ଖେଳିଯାଇଛି।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.