ପୋଲସରାରେ ୮ମ ପୋଷଣ ପକ୍ଷ କାର୍ଯ୍ୟକ୍ରମ।

0 176

ପୋଲସରା ,୨୮/୦୪(ପିପିଟି): ପୋଲସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ଶିଶୁର ମସ୍ତିଷ୍କ ବିକାଶ, ଶାରୀରିକ ବିକାଶ ସହିତ ସାମଗ୍ରିକ ସୁସ୍ଥତା ପାଇଁ ପ୍ରକଳ୍ପ ସ୍ତରୀୟ ୮ମ ପୋଷଣ ପକ୍ଷ କାର୍ଯ୍ୟକ୍ରମ ସିଡିପିଓ ତିଳୋତ୍ତମା ରାଉତଙ୍କ ଅଧ୍ୟକ୍ଷତାରେ ବେଶ୍ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଡିଓ ଶଶିଭୂଷଣ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଏବିଡିଓ ସୋନମ ବେହେରା, ଅଞ୍ଚଳ ପରିଦର୍ଶିକା ସବିତା ଶବର, ଜୟନ୍ତୀ ସାବତ, ମୁକ୍ତା ଦେବୀ ଓ ପୋଷଣ ବ୍ଳକ୍ ସଂଯୋଜକ ଅବିନାଶ ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ। ଅଞ୍ଚଳ ପରିଦର୍ଶିକା ସୁରଭି କୁସୁମ ଦାସଙ୍କ ସଂଯୋଜନାରେ ମଞ୍ଚାସୀନ ବିଡିଓ, ଏବିଡିଓ ଏବଂ ସିଡିପିଓ ନିଜ ନିଜର ବକ୍ତବ୍ୟରେ ଜନ୍ମରୁ ଛଅ ବର୍ଷ ମଧ୍ୟରେ ଶିଶୁଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବାସହ ଉପଯୁକ୍ତ ପୋଷଣ ଖାଦ୍ୟ, ପ୍ରାରମ୍ଭିକ ବୟସରେ ଶିଶୁର ଯତ୍ନ ଓ ଖେଳ ଆଧାରିତ ଶିକ୍ଷା, ଶିଶୁମାନଙ୍କୁ ମୋବାଇଲ୍ ଠାରୁ ଦୂରେଇ ରଖିବା ଏବଂ ପୋଷଣ ଯୁକ୍ତ ଖାଇବା ଦ୍ୱାରା କିଭଳି ସୁସ୍ଥ ଓ ନିରାମୟ ଜୀବନ ପାଇପାରିବେ ସେଥିଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯିବା ସହ ଗୋଦ୍‌ଭରାଇ ମୋ ଗେହ୍ଲା ଝିଅ ଓ ଅନ୍ନପ୍ରାସନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ସଭାନେତ୍ରୀ ଜ୍ୟୋସ୍ନାରାଣୀ ମିଶ୍ର ଓ ସମ୍ପାଦିକା ରାଜଲକ୍ଷ୍ମୀ ମହାପାତ୍ରଙ୍କ ସମେତ ୭ ଗୋଟି ସେକ୍ଟରର ସମସ୍ତ ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ସଂଯୋଜିକା ସୁରଭି କୁସୁମ ଦାସ କାର୍ଯ୍ୟାଳୟ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.