ପୋଲସରାରେ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି।

0 8

ପୋଲସରା,୨୫/୦୫(ପିପିଟି): ପୋଲସରା ବ୍ଲକ ପରିସରରେ ଆଜି ସୋମବାର ଦିନ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାଷନ ଏବଂ ଆଇପିଏସ ସରଣ୍ୟା ଏସ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ପୋଲସରା ପୌର ପରିଷଦ ସମେତ ବ୍ଲକର ୨୬ ଗୋଟି ପଞ୍ଚାୟତ ଗୁଡ଼ିକରୁ ୧୦୨ଜଣ ଅଭିଯୋଗ ଏବଂ ହିତାଧିକାରୀ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୧୭ ଜଣ ହିତାଧିକାରୀଙ୍କୁ ରେଡକ୍ରସ ତରଫରୁ ୧ଲକ୍ଷ ଟଙ୍କାର ସହାୟତା ରାଶି ଚେକ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଥିବା ବେଳେ ୧୪ ଜଣଙ୍କୁ ରାସନ କାର୍ଡ ୧୧ ଜଣଙ୍କୁ ପଟ୍ଟା ସହ ଟ୍ରାଇସାଇକେଲ, ହୁଇଲଚେୟାର ଆଦି ପ୍ରଦାନ କରିଥିଲେ । ଏଥିସହ କରାଯାଇଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରାଯାଇଥିଲା। ବିଶେଷ କରି ଦୀର୍ଘ ଦିନରୁ ରହଥିବା ପୋଲସରା ସହରର ପିଇବାପାଣି ସମସ୍ୟା ଉପରେ ସ୍ୱତନ୍ତ୍ର ଆଲୋଚନା କରି ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। କାର୍ଯ୍ଯକ୍ରମରେ ଉପଜିଲ୍ଲାପାଳ ଶିବାଶିଷ ବରାଳ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସମୀର ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର, ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର,ପୁରୁଷୋତ୍ତମପୁର ଏସଡ଼ିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ କୌଶିକ ମାଝୀ, ପୋଲସରା ସିଡ଼ିପିଓ ତିଳୋତମା ରାଉତଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।

ରିପୋର୍ଟ : ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.