ପିପିଲିରେ ରଥଯାତ୍ରା ସମାରୋହରେ ସଂପନ୍ନ ।

0 0

ପିପିଲି,୧୬/୦୭: ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାରେ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବ ଭକ୍ତଙ୍କ ଗହଣରେ ଘୋଷଯାତ୍ରା କରିଥିବା ବେଳେ ଏଥିଯୋଗୁଁ ପିପିଲିର ରଥଟଣା ରାସ୍ତା ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନୀରେ କମ୍ପି ଉଠିଥିଲା ।

ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ଗୁରୁବାର ସକାଳେ ମହାପ୍ରଭୂ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରୀତିନୀତି ସଂପନ୍ନ ପରେ ପୂର୍ବାହ୍ନ ସାଢେ ୧୦ଟାରେ ପହଣ୍ଡି କରାଯାଇ ଠାକୁର ମାନଙ୍କୁ ରଥାରୁଢ କରାଯାଇଥିଲା । ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଛନା କରାଯାଇଥିବା ବେଳେ ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ଚନ୍ଦନ ମହାପାତ୍ର ଠାକୁରଙ୍କ ବିଭିନ୍ନ ସେବାନୀତି କରିଥିଲେ । ସମାଜସେବୀ ପ୍ରଭାକର ପଣ୍ଡା ଠାକୁର ମାନଙ୍କର ଛେରା ପହଁରା କରିବା ପରେ ଅପରାହ୍ନ ୨ଟାରେ ରଥଟଣା ଆରମ୍ଭ ହୋଇଥିଲା । ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା । ଶ୍ରୀପତିତପାବନ ଦେବଙ୍କ ମନ୍ଦିର ଠାରୁ ମଢିଆଳି ସାହି ସ୍ଥିତ ମା’ ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ଅଢେଇ କିଲୋମିଟର ରାଜପଥ ଉପରେ ଶତାଧିକ ଭକ୍ତ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ନେଇଥିଲେ । ରଥ ଉପରେ ଲକ୍ଷ୍ମୀଧର ମିଶ୍ର ଡାହୁକ ରୁପେ କାର୍ଯ୍ୟ ସଂପାଦନ କରିଥିଲେ । ଅପରାହ୍ନ ୫ଟାରେ ମଢିଆଳିସାହି ଗ୍ରାମ୍ୟଛକ ଠାରେ ରଥ ପହଞ୍ôଚବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ମା’ ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ସଂଲଗ୍ନ ମାଉସୀ ମା’ଙ୍କ ମନ୍ଦିରକୁ ନିଆଯାଇଥିଲା । ପିପିଲି ରଥଯାତ୍ରା ପରିଚାଳନା କମିଟିର ସଭାପତି ଇଂ ରମେଶ ଚନ୍ଦ୍ର ଶତପଥି, ସଂପାଦକ ପ୍ରଭାତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସୁରେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର, ମନୋଜ ପ୍ରଧାନ, ଆଇନଜୀବୀ ସୁଧିର କୁମାର ମହାନ୍ତି, ଶିକ୍ଷାବିତ୍‍ ସଚ୍ଚିଦାନନ୍ଦ ନାୟକ, ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର କୁମାର ମହାପାତ୍ର, ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ସମ୍ପାଦକ ଗୋପାଳ ଚନ୍ଦ୍ର ମହାପାତ୍ର, ସହସମ୍ପାଦକ ବିଭୂତି ଭୂଷଣ ମହାରଣା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମାଜିଷ୍ଟ୍ରେଟ୍‍ ଙ୍କ ସମେତ ପିପିଲି ଏସ୍‍ଡିପିଓ ଦେବାଶିଷ ମିଶ୍ର, ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୁଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ କରିଥିଲା । ପିପିଲି ଅଗ୍ନିଶମ ବାହିନୀ, ପିପିଲି କଲେଜର ସମର ଶିକ୍ଷାର୍ଥି ବାହିନୀ, ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ, ଦହି ସରବତ ଓ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା ।

Leave A Reply

Your email address will not be published.