କଟକ, ୩୦/୦୬: ପାରୋଲରେ ଆସି ଫେରାରଥିବା କଏଦୀ ଦୀର୍ଘ ଦୁଇବର୍ଷ ପରେ କଟକ କମିଶନରେଟ ପୁଲିସ ହାତରେ ଧରାପଡିଛି। ଆଜୀବନ ସଜ୍ଜା କାଟୁଥିବା କଏଦୀ ସାଜିଦ ଖାନ୍ ଏକ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ୨୦୦୮ରେ ଗିରଫ ହୋଇ ଚୌଦ୍ୱାର ଜେଲରେ ରହୁଥିଲା। ତେବେ ୨୦୧୭ରେ ସାଜିଦ କୁ ୧୪ଦିନିଆ ପାରୋଲ ଅନୁମତି ମିଳିଥିଲା ହେଲେ ସେ ପାରୋଲ୍ ରେ ଆସି ଫେରାର ହୋଇ ଯାଇଥିଲା। ପଞ୍ଜାବର ଅମୃତସର ରୁ ଜଗତପୁର ଥାନା ପୋଲିସ ସାଜିଦକୁ ଗିରଫ କରିଛି। ପ୍ରଥମେ ଯାଜପୁର ସେଠାରୁ ଦିଲ୍ଲୀ ଏବଂ ପରେ ଅମୃତସର ପଳାଇ ଆତ୍ମଗୋପନ କରିଥିଲା ଏହି ଫେରାର କଏଦୀ। ଅମୃତସର ରେ ନାଁ ବଦଳାଇ ଫୟାଜ୍ ଖାନ୍ ନାଁରେ ରହିଥିଲା। ସେଠାରେ ବୁଲି ବୁଲି ବେଡ଼ ସିଟ୍ ବିକ୍ରି କରୁଥିଲା। ସେଠାରେ ସେ ବିବାହ କରି ପରିବାର ସହ ରହିଥିଲା। ଗତ ୨୦୨୫ ଡିସେମ୍ବର ମାସରେ ଚୌଦ୍ଵାର ଜେଲ କର୍ତ୍ତୃପକ୍ଷ ଥାନାରେ ଏତଲା କରିବା ପରେ ଜଗତପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଦିର୍ଘ ୬ ମାସ ଧରି କମିସନରେଟ୍ ପୁଲିସ ତାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ସାଇବର ଟିମ୍ ର ସହାୟତା ନିଆଯାଇଥିଲା, ଆଉ ଶେଷରେ ଧରାପଡିଥିଲା ସାଜିଦ।