ପାଟବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଅବସ୍ଥା,ଘାସ ଲତାରେ ପରିପୂର୍ଣ୍ଣ ପରିସର।

0 217

ବୋଲଗଡ଼,୦୨/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସାଗରଗୁଆଁ ପଞ୍ଚାୟତର ପାଟବନ୍ଧ ଗ୍ରାମରେ ନିର୍ମାଣ ହୋଇଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଅବସ୍ଥା ଏପରି। ପ୍ରାୟ ଦୁଇ ବର୍ଷ ତଳେ ଏହି କୋଠାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୋଠା ସମ୍ମୁଖରେ ଅନାବନା ଘାସ ଓ ଲତା ମାଡ଼ି ଯାଇଛି। କବାଟ ଝରକା ବନ୍ଦ, ଭିତରେ ମାଟି ଜମିଲାଣି। ଫଳରେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ପାଟବନ୍ଧ ଗ୍ରାମ ଓ ତାର ଆଖପାଖ ଅଞ୍ଚଳର ଶହ ଶହ ଲୋକ।

ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ହେଲ୍ଥ ଆଣ୍ଡ ଓ୍ୱେଲନେସ୍ ସେଣ୍ଟର ନିର୍ମାଣ କରିଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହି ଅବସ୍ଥା। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.