ପାଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା।

0 100

ବୋଲଗଡ, ୦୨/୦୭ (ପିପିଟି) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପାଟବନ୍ଧ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା ପରିଷଦର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ଭାରିମଲ୍ଲଙ୍କ ପୌରୋହିତ୍ୟ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଯୋଗଦାନ ସହିତ ଆସିଥିବା ଅତିଥି ମାନେ ଶ୍ରୀ ସ୍ୱାଇଁଙ୍କର ସୁଗୁଣାବଳୀ ବର୍ଣ୍ଣନା କରିବା ସହିତ ଉପଢୌକନ, ଫୁଲ ମାଳ ମାନପତ୍ର ଦେଇ ଥିଲେ। ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ବନ୍ଦନା ଓ ବିଦାୟ କାଳୀନ ଭାଷଣ ଦିଆଯାଇ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗ୍ରାମର ଅଧିକାଂଶ ପୁରୁଷ ମହିଳା ଓ ପୁରାତନ ବିଦ୍ୟାର୍ଥୀ ଉପସ୍ଥିତ ରହିଥିଲେ। ଏବଂ ପରିଶେଷରେ ସ୍କୁଲ୍ ର ଛାତ୍ର ଛାତ୍ରୀ ଏବଂ ପୁରାତନ ଛାତ୍ରମାନେ ମିଶି ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ଫୁଲ ମାଳ ପିନ୍ଧାଇ ବାଜା ବଜାଇ ବାଣଫୁଟାଇ ପଟୁଆର ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଶିକ୍ଷକଙ୍କୁ ନିଜ ବାସଭବନ ଘରେ ଛାଡ଼ି ଆସିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.