ଯାଜପୁର,୦୯/୦୯ : ଧର୍ମଶାଳା ବ୍ଲକ ଜାରକାସ୍ଥିତ ଷ୍ଟାଡିୟମ ହଲରେ ବିକଶିତ ଭାରତ ନିଶ୍ଚିତ ରୋଜଗାର ଓ ଗ୍ରମୀଣ ଅଜୀବିକା ମିଶନ ଭିବିଜି ରାମଜି ସମ୍ବନ୍ଧୀୟ ପଂଚାୟତ ପ୍ରତିନିଧି ଓ ବ୍ଲକ କର୍ମଚାରୀ ମାନଙ୍କ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ ଗୋଟି ପାଂଚୟତକୁ ନେଇ ଏହି କର୍ମଶାଳା କରାଯାଇଥିଲା । ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଓ ଧର୍ମଶାଳା ବିଧୟକ ହିମାଂଶୁ ଶେଖର ସାହୁଙ୍କ ସହଯୋଗକ୍ରମେ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ହଲରେ ଏହା ଆଜି ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ସିଡିଓ , ଏମଜିଏନଆରଜିଏସ ଚୋଅର୍ଡିନେଟର , ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ସୂଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ଧର୍ମଶାଳା ବିଡିଓ ଜେୟାତିର୍ମୟ କର, ରସୁଲପୁର ବିଡିଓ , ଏଇଇ ରସୁଲପୁର, ଏଇଇ ଧର୍ମଶାଳା, ସମସ୍ତ ବ୍ଲକ କର୍ମଚରୀ, ଲୋକପ୍ରତିନିଧି ଓ ପଂଚାୟତ ୍ସ୍ଥରୀୟ ଜନପ୍ରତିନିଧିମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତ ଭିଜି ରାମଜିର ଉପକାରିତା ସମ୍ପର୍କରେ ଅବଗତ କରାଯାଇଥିଲା । ୨୦୪୭ ସୁଦ୍ଧା ଭାରତକୁ ଓ ୨୦୩୬ ସୁଦ୍ଧା ଓଡିଶାକୁ କିଭଳି ବିକଶିତ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାବାଦ ପଂଚାୟତ ପ୍ରତିନିଧିମାନେ ନିଜ ପଂଚାୟତରୁ ଟିକସ ଉଠାଇ ପାଂଚୟତରେ କିଭଳି ଉନ୍ନତିମୁଳକ କାର୍ଯ୍ୟ କରିପାରିବେ ଓ ଏମଜିଏନଆରଜିଏସରେ କିଛିଟା ପରିବର୍ତନ ଅଣାଯାଇ ପୁର୍ବରୁ ୨୪୭ ପ୍ରୋଜେକ୍ଟ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏବେ ଏହି ଯୋଜନାରେ ଏହାକୁ ବୃଦ୍ଧି କରାଯାଇ ୩୦୦ ପର୍ଯ୍ୟନ୍ତ ପ୍ରୋଜେକ୍ଟ କରାଯାଇଛି । ଏଥିସହ ଶ୍ରମୀକମାନଙ୍କ ମଜୁରୀ ପୁର୍ବରୁ ୨୬୨ ରହିଥିବା ବେଳେ ଏବେ ଏହାକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି କାର୍ଯ୍ୟକ୍ରମରେ ରସୁଲପୁର ବ୍ଲକର ୯ ଗୋଟି ପଂଚାୟତ ସମେତ ଧର୍ମଶାଳା ବ୍ଲକର ସମସ୍ତ ୪୫ ଗୋଟି ପାଂଚୟତର ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ବୋଲି ବିଡିଓ ଜ୍ୟୋତିର୍ମୟ କର ସୂଚନା ଦେଇଛନ୍ତି ।