ନିର୍ବାଚନ ପାଇଁ ତାରିଖ ଘୋଷଣା;ମେ ୨ରେ ଭୋଟ ଗଣତି।

0 1,388

ନୂଆଦିଲ୍ଲୀ,୨୬/୦୨; ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିଷୟ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଆସାମର ୧୨୬ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଆସାମରେ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ନିର୍ବାଚନ ହେବ ।ପୁଡୁଚେରୀର ୩୦ଟି ଆସନରେ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ ।ତାମିଲନାଡୁର ୨୩୪ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ ୬ରେ ତାମିଲନାଡୁରେ ଭୋଟ ଗ୍ରହଣ ହେବ। କେରଳ ପାଇଁ ଗୋଟି ପର୍ଯ୍ୟାୟରେ ନିର୍ବାଚନ ହେବ । କେରଳର ୧୪୦ଟି ଆସନ ପାଇଁ ଏପ୍ରିଲ ୬ରେ ଭୋଟଗ୍ରହଣ ହେବ । ପଶ୍ଚିବଙ୍ଗରେ ୨୯୪ ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬ ଓ ୧୦ରେ ପ୍ରଥମ ୪ଟି ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏହା ପରେ ଏପ୍ରିଲ ୧୭ ଓ ୨୨ରେ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ମତଦାନ ହେବ । ଏପ୍ରିଲ ୨୬ରେ ସପ୍ତମ ଓ ଏପ୍ରିଲ ୨୯ରେ ଅନ୍ତିିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ତେବେ ମେ ୨ରେ ସମସ୍ତ ରାଜ୍ୟର ଭୋଟ ଗଣତି ହେବ ।

Leave A Reply

Your email address will not be published.