ଯାଜପୁର,୦୮/୦୭(ପିପିଟି):ମିଶନ ଶକ୍ତି କାଫେ ହେଉଛି ଓଡ଼ିଶା ସରକାରଙ୍କ ଏକ ଅଭିନବ ପଦକ୍ଷେପ, ଯାହାଦ୍ୱାରା ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ପୂର୍ବ ସରକାର ସମୟରୁ ଏହା ଚାଲିଥିବା ବେଳେ ରାଜ୍ୟରେ ଲକ୍ଷ ଲକ୍ଷ ମହିଳା ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।ଏହି କାଫେଗୁଡ଼ିକରେ ସ୍ଥାନୀୟ ଏବଂ ପାରମ୍ପରିକ ଖାଦ୍ୟ ସହିତ ସ୍ୱାସ୍ଥ୍ୟକର ମିଲେଟ୍ (ବାଜରା) ଜାତୀୟ ଖାଦ୍ୟ ତିଆରି କରିବାକୁ ଗାଇଡ଼ ଲାଇନରେ ଉଲେଖ୍ୟ ରହିଛି।
ଏହି କାଫେଗୁଡ଼ିକ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ପରିସର ଏବଂ ସହରର ବିଭିନ୍ନ ଭିଡ଼ ସ୍ଥାନରେ ଖୋଲାଯିବାର ନିୟମ ମଧ୍ୟ ରହିଛି।ଯେପରିକି ବ୍ଲକ କାର୍ଯ୍ୟାଳୟ ଏବଂ ପର୍ଯ୍ୟଟନ ସ୍ଥଳୀ। ମହିଳାମାନେ ନିଜେ ଏହି କାଫେର ପରିଚାଳନା କରି ଆୟ ବୃଦ୍ଧି କରିବା ସହ ମହିଳାମାନଙ୍କୁ ରୋଜଗାରର ବାଟ ଦେଖାଇବା ଏବଂ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ କରିବା ସରାକାର ଙ୍କ ମୂଳ ଲକ୍ଷ୍ୟ ଥିଲା।କିନ୍ତୁ ଏଥିରେ ଆଜି ବ୍ୟତିକ୍ରମ ଦେଖିବାକୁ ମିଳୁଛି।କାଫେ ନାଁ ରେ କିଛି ଅସାଧୁ ବ୍ୟବସାୟୀ ଙ୍କ ଦୈନିକ ରାଜ ଚାଲିଛି।
ପ୍ରସଙ୍ଗ କ୍ରମେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ରେ ମିଶନ ଶକ୍ତି ତରଫରୁ କାଫେ ଖୋଲା ଯାଇଛି।ସେହିପରି ରସୁଲପୁର ବ୍ଲକ ଅଧିନ ଗୋପାଳପୁର ଠାରେ ଏକ କାଫେ ଖୋଲା ଯାଇଛି। ହେଲେ ଏଠି ଗାଇଡ଼ ଲାଇନ କୁ ଖୋଲା ଖୋଲି ଉଲଂଘନ କରାଯାଉଛି।ସରକାରୀ କାର୍ଯ୍ୟଳୟ ନିକଟ ରେ ଏହା ଖୋଲା ନ ଯାଇ ତାହା ୧୬ନମ୍ବର ଜାତୀୟ ରାଜପଥ ନିକଟରେ ଖୋଲା ଯାଇ ନିମ୍ନ ମାନର ଖାଦ୍ୟ ପରସା ଯାଉଥିବାର ଅଭିଯୋଗ ହୋଇଛି।ଏପରିକି ମିଲେଟ ଜାତୀୟ ଖାଦ୍ୟ ତିଆରି ନହୋଇ ମନଇଚ୍ଛା ଏହି କାଫେ ରେ ହୋଟେଲ ଏବଂ ଫ୍ୟାମିଲି ରେଷ୍ଟୁରାଣ୍ଟ କରାଯାଇ ସାଧାରଣ ଲୋକଙ୍କୁ ଶୋଷଣ କରାଯାଉଛି।ମିଲ ରେଟ ଗୁଡିକ ଆବଶ୍ୟକ ଠାରୁ ଢେର ଗୁଣା ଅଧିକ ନେଉଥିବା ବେଳେ ବାସୀ ଏବଂ ନିମ୍ନ ମାନର ଖାଦ୍ୟ ପରସା ଯାଉଥିବାର ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।ଖାଲି ସେତିକି ନୁହେଁ ଗାଇଡ଼ ଲାଇନ ମୁତାବକ ଯେଉଁ ମହିଳା ଗୋଷ୍ଠୀ ନାମରେ ଏହି କାଫେ ଟି ତିଆରି ହୋଇଛି ସେହି ଗ୍ରୁପ ର କୌଣସି ଜଣେ ହେଲେ ସଦସ୍ୟ କିମ୍ଭା ସଭାପତି ଓ ସମ୍ପାଦିକା ଙ୍କର ମଧ୍ୟ ଦେଖାନାହିଁ।ମହିଳା ଗ୍ରୁପ ନାଁରେ କାଫେ ଆଲଟ କରାଯାଇ ପୁରୁଷ ଙ୍କର ଏଠାରେ ରାଜ ଚାଲୁ ଥିବାବେଳେ କାଫେ କୁ ନେଇ ବ୍ୟବସାୟୀ କରଣ ଜୋର ଚାଲିଛି।ଯାହାକୁ ନେଇ ମହିଳା ସ୍ୱାବଲମ୍ଭି ଉପରେ ପ୍ରଶ୍ନ ଚିନ୍ହ ଲଗାଇଛନ୍ତି ଜନତା।ଅନ୍ୟପଟେ ଗାଇଡ଼ ଲାଇନ ମୁତାବକ ଖାଦ୍ୟର ମାନ ପରସିବା ସହିତ ଦୈନିକ କାଫେ କୁ ପରିଭ୍ରମଣ କରିବା ପାଇଁ ମିଶନ ଶକ୍ତି ବିପିସି, ବିପିଏମ, ଡିପିଏମ ,ଏବଂ ମଝିରେ ମଝିରେ ଜିଲ୍ଲାପାଳଙ୍କର ଗ୍ରସ୍ଥ ନେଇ ମଧ୍ୟ ନିୟମ ରହିଛି।ହେଲେ ଉପରିସ୍ଥ ଅଧିକାରୀମାନେ ମସାକିଆ ନେଇ ଚୁପ ରହୁଥିବାରୁ ଏହି କାଫେ ରେ ଏବେ ଦୈନିକ ଗୁଣ୍ଡା ରାଜ ଚାଲିଛି।ନିମ୍ନ ମାନର ଖାଦ୍ୟ ନେଇ କେହି ମୁହଁ ଖୋଲିଲେ କାଫେ ର ଉପୁଦର୍ଵ ୧୦୦ ଗୁଣା ହୋଇଯାଅ। ଖାଲି ସେତିକି ନୁହେଁ ଯେଉଁ ବାବୁ ଜଣଙ୍କ କାଫେ କୁ ଚଲାଉଛନ୍ତି ସେ ବାବୁଙ୍କର କୁଆଡେ ଲମ୍ଭା ହାତ।ଏପରିକି ଏହି ବାବୁଙ୍କ ନାମରେ ଛତୁଆ କେନ୍ଦ୍ର ମଧ୍ୟ ଆଲଟ ହୋଇଛି।ବିଜେଡି ସମୟରୁ ବଳିୟାନ ହୋଇ ବିଜେପି ସମୟରେ ରାଜ କରୁଥିବା ବାବୁ ଅଳ୍ପ ଦିନରେ କୋଟି କୋଟି ଟଙ୍କାର ମାଲିକ ହେବା ଘଟଣା ଜିଲ୍ଲା ଭିଜିଲାନ୍ସର ମୁଣ୍ଡ ବ୍ୟଥାର କାରଣ ହୋଇଛି।ଅନ୍ୟପଟେ ଏହାକୁ ନେଇ
ସାମାଜିକ କର୍ମୀ ସବ୍ୟସାଚୀ ସାହୁ ଏନେଇ ଉପରିସ୍ଥ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିବା ସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭିଜିଲାନ୍ସ ର ଦ୍ୱାରସ୍ଥ ହେବେ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି।