ନାତିର ନାମକରଣ ଉତ୍ସବରେ ଜେଜେଙ୍କୁ “ପରିବେଶ ବୀମା” ଉପହାର ।

0 0

କେନ୍ଦ୍ରାପଡ଼ା ,୧୮/୦୮(ପିପିଟି):କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା “ପରିବେଶ ବୀମା” ର ପ୍ରଥମ ପୁରସ୍କାର ଜିତିଛନ୍ତି ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ଗ୍ରାମ ର ସୁରେନ୍ଦ୍ର ନାଥ ପରିଡା । ସେ ତାଙ୍କ ଜୀବନ କାଳ ମଧ୍ୟରେ ପ୍ରାୟ ୫୦୦୦ ଚାରା ଗଛ ରୋପଣ କରିଛନ୍ତି । ସେ ମଧ୍ୟରୁ ୨୦୦୦ ବିଭିନ୍ନ ପ୍ରଜାତିର ଗଛ ଏବେ ସେହି ଅଞ୍ଚଳରେ ବୃକ୍ଷ ରେ ପରିଣତ ହୋଇଛି । ଶ୍ରୀଯୁକ୍ତ ପରିଡାଙ୍କ ଏହିପରି କର୍ମ କୁ ଦେଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ପ୍ରଥମ “ପରିବେଶ ବୀମା” ଉପହାର ପ୍ରଦାନ କରାଯଇଛି । କରୋନା ସମୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସହାୟତାରେ ସୁରେନ୍ଦ୍ରଙ୍କ ସହଯୋଗରେ ଦୁଇଟି ପଞ୍ଚାୟତ ସାନ ଜରିଆ ଓ ଗଙ୍ଗାରମପୁର ରେ ପ୍ରତି ପରିବାରକୁ ଗୋଟିଏ ଫଳ ଚାରା କାର୍ଯ୍ୟକ୍ରମ କରାଯାଇଥିଲା । ଏହାର ଦୁଇ ବର୍ଷ ପରେ ଅମ୍ଳଜାନ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ପୂର୍ବତନ ରେଞ୍ଜ ଅଫିସର ଗୋବିନ୍ଦ ଚନ୍ଦ୍ର ରଥ ଙ୍କ ତତ୍ୱାବଧାନ ରେ କରାଯାଇଥିଲା । ପରୀକ୍ଷା କରି ଦେଖାଯାଇ ଥିଲା ୯୦ ପ୍ରତିଶତ ଗଛ ବଂଚିଥିଲା ଓ ଫଳ ମଧ୍ୟ ହୋଇଥିଲା । ଏହିପରି କାର୍ଯ୍ୟକ୍ରମ ର ସଫଳ ରୂପାୟନ ପରେ ପରିବେଶ ବୀମା ଆଜି ସଫଳତା ପାଇଛି । ଆଜି ତାଙ୍କ ନାତି ର ନାମକରଣ ଉତ୍ସବ ରେ ତାଙ୍କୁ ସମ୍ମନିତ କରାଯଇଛି । ଏହି ଖୁସୀ ର ପର୍ବ କୁ ଅନ୍ୟ ମାନେ ଆପଣେଇବେ ବୋଲି ପରିଡା ମତ ଦେଇଛନ୍ତି । ଆଜିର ଏହି ଉତ୍ସବରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ଆଲୋକ ମଲ୍ଲିକ, ସୁନୀଲ ପରିଡା, ସଞ୍ଜୁଲତା ପରିଡା, ସୋନି ପରିଡା, ସୁମିତ୍ରା ପରିଡା ଓ ନୂତନ ଅତିଥି ଆୟନ ପରିଡା ଉପସ୍ଥିତ ଥିଲେ ।

Leave A Reply

Your email address will not be published.