ଯାଜପୁର ,୨୭/୦୬(ପିପିଟି):ଧର୍ମଶାଳାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମାନବସେବାକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଗ୍ରାମାଞ୍ଚଳରେ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ସହ ଅସହାୟ ଓ ଦୁଃସ୍ଥ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଏହି କ୍ରମରେ ଅଣ୍ଟିଆ ଗ୍ରାମପଞ୍ଚାୟତର ଅଣ୍ଟିଆ ଗ୍ରାମର ରବିଦଳେଇ ଅସହାୟପରିବାର ରୋଜଗାରକ୍ଷମକେହିନାହାନ୍ତି ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ସେହିପରି କୋତପୁର ଗ୍ରାମପଞ୍ଚାୟତର ଭଗବାନପୁର ଗ୍ରାମର ନୃସିଂହ ମାହୁନ୍ତ ଅଜଣା ରୋଗରେ ପୀଡିତ ଚିକିତ୍ସା ପାଇଁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଇଛି।
ବରାବାଟୀ ଗ୍ରାମପଞ୍ଚାୟତର ବାରବାଟୀ ଗ୍ରାମର ଶେଷଦେବ ପଣ୍ଡା ହୃଦଜନିତ ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି।
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏଭଳି ସମାଜସେବାମୂଳକ କାର୍ଯ୍ୟକ୍ରମ ଓ ଅସହାୟ ଲୋକଙ୍କୁ ନିରନ୍ତର ସହଯୋଗ ପ୍ରଦାନ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଟ୍ରଷ୍ଟର କାର୍ଯ୍ୟକୁ ସାଧାରଣ ଲୋକ ପ୍ରଶଂସା କରିଛନ୍ତି।