‘ଦହିବରା’ ଓଡ଼ିଆ ଖାଦ୍ୟ ପରମ୍ପରାରେ ସ୍ଥାନ ସ୍ୱତନ୍ତ୍ର।

0 198

ବୋଲଗଡ଼୦୯/୦୩(ପିପିଟି):ଦହି ବରା କେବଳ ଏକ ଖାଦ୍ୟ ନୁହେଁ,ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଭାବାବେଗ। ଦହିବରା ଆଳୁଦମ ର ସ୍ୱାଦ ଆମ ପାରମ୍ପାରିକ ଖାଦ୍ୟ ସଂସ୍କୃତିର ଅନନ୍ୟ ପରିଚୟ।ଯାହାକି ଦହିବରା ର ବିଶେଷ ସ୍ୱାଦ ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରିପାରିଛି। ବିଶେଷ କରି କଟକ ସହର ଦହିବରା ପ୍ରସିଦ୍ଧ ହୋଇଥିଲେ ମଧ୍ଯ ଦେଶ ବିଦେଶକୁ ବ୍ୟାପିଗଲାଣି। ଏପରିକି କଟକର ଗଳିକନ୍ଦିରୁ ସାରା ବିଶ୍ୱରେ ପରିଚିତ ଆମ ଦହିବରା ଆଳୁଦମ୍ ଆମ ପରିଚୟ। ଓଡ଼ିଆ ଲୋକଙ୍କ ଅତି ପ୍ରିୟ ଏହି ଖାଦ୍ୟକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ‘ବିଶ୍ୱ ଦହିବରା ଆଳୁଦମ ଦିବସ’ ଭାବେ ପାଳନ କରାଯାଏ।ସକାଳ ହେଉ କି ସନ୍ଧ୍ୟା, ଦହିବରା ଗାଡ଼ି ପାଖରେ ଲୋକଙ୍କ ଭିଡ଼ ଜମିଥାଏ।
ଏହା କେବଳ ଏକ ଜଳଖିଆ ନୁହେଁ ବରଂ ଓଡିଆଙ୍କ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ।ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ। ଦହିରେଭିଜା ନରମ ବରା,ତାହା ଉପରେ ମସଲାଦାର ଆଳୁଦମ, ଘୁଘୁନି,କଟା ପିଆଜ,ଲଙ୍କା ଏବଂ ସେଓର ସେହି ଅପୂର୍ବ ମିଶ୍ରଣ..ଓଃ କି ସ୍ୱାଦ!ଶେଷରେ ସେହି ଥଣ୍ଡା ଦହିପାଣି ଗ୍ଲାସେ ପିଇଦେଲେ ପେଟ ସହ ମନ ବି ଶାନ୍ତି ହୋଇଯାଏ।
ଓଡ଼ିଆ ଲୋକଙ୍କ ଅତି ପ୍ରିୟ ଏହି ଖାଦ୍ୟକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ‘ବିଶ୍ୱ ଦହିବରା ଆଳୁଦମ ଦିବସ’ ଭାବେ ପାଳନ କରାଯାଉଛି।ସକାଳ ହେଉ କି ସନ୍ଧ୍ୟା,ବର୍ଷାଋତୁ ହେଉ ଅବା ଖରାଦିନ ଦହିବରା ଗାଡ଼ି ପାଖରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳେ।କହିବାକୁ ଗଲେ କଟକରେ କେବଳ ନୁହେଁ ପ୍ରତ୍ୟେକ ଓଡ଼ିଆ ଙ୍କ ଦିନ ଆରମ୍ଭ ହୁଏ ଦହିବରାରେ ଆଉ ଶେଷ ବି ହୁଏ ଦହିବରାରେ। ଦେଖିବାକୁ ଗଲେ ଏପରିକି ଦଶହରା ହେଉ କି ବାଲିଯାତ୍ରା, ଦହିବରା ବିନା କଟକର ସବୁ ପର୍ବ ଅଧା।କଟକ ସହରରେ କିଛି ଉତ୍ସାହି ଯୁବକ ଓ ଦହିବରା ବ୍ୟବସାୟି ୨୦୧୯ ମାର୍ଚ୍ଚ ୧ ତାରିଖ କୁ ପ୍ରଥମ କରି ‘ଦହିବରା’ଦିବସ ପାଳନ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.