ଜଣକୁ ଆକ୍ରମଣ ଅଭିଯୋଗରେ ୧୦ଜଣ ଗିରଫ ।

0 165

ଭଞ୍ଜନଗର, ୦୯/୦୩(ପିପିଟି):ଗତ ୮ତାରିଖରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପାଲି ଗ୍ରାମ ଢେପସାହିର ଜ୍ୟୋତିର୍ମୟ ସେଠି ଆସି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ରିପୋର୍ଟ ଅନୁଯାୟୀ ୭ତାରିଖ ମଧ୍ୟରାତ୍ରିରେ ୨୦-୩୦ ଜଣ ବ୍ୟକ୍ତି ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ବେଲାପୁଞ୍ଜି ଗ୍ରାମର ଏକାଠି ହୋଇ ତାଙ୍କ ପିତା ଗୋପାଳ କୃଷ୍ଣ ସେଠିଙ୍କ ହାତ ବାନ୍ଧି ତାଙ୍କୁ ଆକ୍ରମଣ କରିଥିଲେ।ଫଳସ୍ୱରୂପ ତାଙ୍କ ଗୋପାଳ ଙ୍କ ଶରୀରରେ ଅନେକ ଆଘାତ ଲାଗିବା ସହ କିଛି ଅଂଶ ଭାଙ୍ଗିଥିବା ଅଭିଯୋଗ କରିଥିଲେ।ତା’ପରେ ବେଲାଗୁଣ୍ଠା ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।ବର୍ତ୍ତମାନ ତାଙ୍କର ବ୍ରହ୍ମପୁର ମେଡିକାଲ ରେ ଚିକତ୍ସା କରାଯାଉଛି।ଏହି ସମ୍ପର୍କରେ ବେଲଗୁଣ୍ଠା ଥାନା କେଶ ନମ୍ବର ୮୯/୨୬ ଧାରା ୧୨୬(୨)/୧୧୫(୨)/୧୧୭/୧୦୯(୧)/୩୫୧(୨)/୧୯୧ ବିଏନଏସ୍ ରେ ପଞ୍ଜିକୃତ କରାଯାଇଛି ଏବଂ ୨ଟି ବାଉଁଶ ବାଡ଼ି ଗୋଟିଏ ଦଉଡି ଜବତ କରାଯାଇଛି।ଆଜି ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି ବୋଲି ବେଲଗୁଣ୍ଠା ଆଇଆଇସି ରେବତୀ ଶବର ସୂଚନା ଦେଇଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.