ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ।

0 1

ବେଗୁନିଆପଡା,୧୩/୦୯(ପିପିଟି ):ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସର ରେ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l କୋଦଳା ଅତିରିକ୍ତ ଜିଲ୍ଲା ଅଦାଲତ ରେ ବିଚାରପତି ବିଶ୍ୱରଞ୍ଜନ ବେହେରା, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ରେଖାରାଣୀ ପଣ୍ଡା, ଯେଏମଏଫସି ବିଚାରପତି ଶୋଭନ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଆୟୋଜିତ ଲୋକ ଅଦାଲତ ରେ ସମୁଦାୟ 35 ଟି କେସ ର ସମାଧାନ କରାଯାଇ କେବଳ ଅତିରିକ୍ତ ଦୌରା ଜଜକୋର୍ଟ ରୂ ନଗଦ ଟଙ୍କା 20 ଲକ୍ଷ 50 ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାପଡ଼ିଛି ! ପ୍ରତ୍ୟକ କୋର୍ଟ ରେ ଜଣେ ନ୍ୟାୟିକ ଅଧିକାରୀ,ବରିଷ୍ଠ ଆଇନଯିବି ଓ ଜଣେ ସମାଜ ସେବୀ ଙ୍କୁ ସାମିଲ କରାଯାଇଥିଲା ! ଏହି ଲୋକ ଅଦାଲତ ରେ ଫଉଜଦାରି ମାମଲା ର ସମାଧାନ ହୋଇଥିବା ଆର୍ଥିକ ଟଙ୍କା,ବ୍ୟାଙ୍କ ଋଣ ସମ୍ବନ୍ଧୀୟ,ବିଦ୍ୟୁତ ଵିଲ ସମ୍ପର୍କିତ,ସେହିଭଳି ମୋଟର ଦୁର୍ଘଟଣା,ବୀମା ସମ୍ପର୍କିତ,ଟ୍ରାଫିକ ଚାଲାଣ,ଶ୍ରମ ବିବାଦ, ବୈବାହିକ ବିବାଦ, ଓ ଅନ୍ୟାନ୍ୟ ମାମଲା ରେ ଟଙ୍କା ଆଦାୟ ହୋଇଛି l ପ୍ରାଧିକରଣ ଅଧ୍ୟକ୍ଷ୍ୟ ବିଚାରପତି ବିଶ୍ୱରଞ୍ଜନ ବେହେରା ଏହାର ଏହାର ସୁ ପରିଚାଳନା କରିଥିବା ବେଳେ ବେଳେ, ବହୁ ବରିଷ୍ଠ ଆଇନଜୀବୀ,ବ୍ୟାଙ୍କ ଅଧିକାରୀ, ବିଦ୍ୟୁତ ଅଧିକାରୀ, କୋର୍ଟ କର୍ମଚାରୀ ଓ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.