ପୋଲସରା,୦୩/୦୨ (ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ଡ଼ଃ ହୃଷୀକେଶ ଦାଶଙ୍କୁ, ଅଧ୍ୟକ୍ଷ ଡ଼ଃ ଦିଲ୍ଲୀପ କୁମାର ନାୟକ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଉପସ୍ଥିତି ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଡ଼ଃ ଦାଶ ଏକାଧାରରେ ଜଣେ ସରଳ, ନିଷ୍ଠାପର ଏବଂ ଅମାୟିକ ବ୍ୟକ୍ତିତ୍ୱ ଭାବରେ ମହାବିଦ୍ୟାଳୟରେ ଦୀର୍ଘ ୩୮ ବର୍ଷ ୨ ମାସ ୧ ଦିନ ଶ୍ରମଦାନ କରି ଶେଷରେ ଅବସର ଗ୍ରହଣ କରିଛନ୍ତି। ସେ ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ଭାବରେ ଓ ନିଜର ଉଚ୍ଚ କୋଟୀର ଶିକ୍ଷାଦାନ ଶୈଳୀ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ପ୍ରାକଟିକାଲ ଶିକ୍ଷା ପ୍ରଦାନ ଭଳି ଗୁରୁଦାୟିତ୍ୱ ବହନ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ମନୋଜ କୁମାର ସାହୁ, ଅଧ୍ୟାପକ ଡ଼ଃ ବିରଞ୍ଚି ନାରାୟଣ ରଥ, ଡ଼ଃ ହରିଶ୍ଚନ୍ଦ୍ର ପାଇକ,ଡ଼ଃ ଜ୍ୟୋସ୍ନାରାଣୀ ପଟ୍ଟନାୟକ,ଅଧ୍ୟାପକ କିଶୋର ଚନ୍ଦ୍ର ଜେନା, ସେକ ଫରିଦ,ବିକାଶ କୁମାର ସାହୁ, ଉଷାରଞ୍ଜନ ଦାଶ,ଦିନେଶ କୁମାର ସାହୁ,ପ୍ରକାଶ ଚନ୍ଦ୍ର ସାହୁ ବିଭୂତି ଭୂଷଣ ସାହୁ,ଗୋପୀନାଥ ପାଣିଗ୍ରାହୀ,ରଶ୍ମି ରଞ୍ଜନ ସାହୁ, ଦେବାଶିଷ ସ୍ୱାଇଁ, ଡେମୋନଷ୍ଟ୍ରେଟର ସୁଜାତା ରାଣୀ ବେହେରା,ମମତା ରାଣୀ ପ୍ରଧାନ, ପ୍ରିତୀମୟୀ ବେହେରା, ପ୍ରଭାକର ସାହୁ,ନିକୁଞ୍ଜ ସାହୁ,ଲକ୍ଷ୍ମଣ କୁମାର ନାୟକ, ଦିଗାମ୍ବର ନାୟକ, ସତ୍ୟପ୍ରିୟ ନାୟକ,ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଡ଼ଃ ଦାଶ ଙ୍କ ଅବସର ଜୀବନ ସୁଖମୟ, ଶାନ୍ତିମୟ, ସ୍ୱାସ୍ଥ୍ୟମୟ ହେବା ପାଇଁ ଶୁଭକାମନା ଜଣାଇବା ସହ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା