ଜି. ନୂଆଗାଁରୁ ୫୩ ଲିଟରରୁ ଅଧିକ ବିଦେଶୀ ମଦ ଜବତ;ଅଭିଯୁକ୍ତ ଗିରଫ ।

0 197

ବେଲଗୁଣ୍ଠା, ୧୨/୦୯(ପିପିଟି): ଅବକାରୀ ଚଢ଼ାଉ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି. ନୂଆଗାଁରୁ ବିଭିନ୍ନ ବ୍ରାଣ୍ଡର ପ୍ରାୟ ୫୩.୧୬୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଭଞ୍ଜନଗର ଏସ୍‌ଡିଜେଏମ୍‌ ଅଦାଲତକୁ ଚାଲାଣ କରିଛି। ସୂଚନାନୁଯାୟୀ, ଆଜି ଅବକାରୀ ଚଢ଼ାଉ ଡ୍ୟୁଟି ସମୟରେ ଏଏସ୍‌ଆଇ ଜ୍ୟୋତ୍ସ୍ନା ପ୍ରଧାନଙ୍କ ନେତୃତ୍ୱରେ ଟିମ୍‌ ଜି. ନୂଆଗାଁରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଭିଯୁକ୍ତ କାମାକ୍ଷ୍ୟା ପ୍ରସାଦ ପରିଡ଼ାଙ୍କ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ପ୍ରାୟ ୫୩.୧୬୦ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏନେଇ ବେଲଗୁଣ୍ଠା ଥାନାରେ କେସ୍‌ ନଂ. ୫୦୨, ତା. ୧୨.୦୯.୨୦୨୬ରେ ଓଡ଼ିଶା ଅବକାରୀ ଆଇନର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଅନୁ ମଲ୍ଲିକ ଅଭିଯୁକ୍ତ କାମାକ୍ଷ୍ୟା ପ୍ରସାଦ ପରିଡ଼ା (୫୭)ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜି. ନୂଆଗାଁ ବନ୍ଧସାହିର ସ୍ୱର୍ଗତ ପଞ୍ଚାନନ ପରିଡ଼ାଙ୍କ ପୁଅ ବୋଲି ଜଣାପଡ଼ିଛି। ପରେ ତାଙ୍କୁ ଭଞ୍ଜନଗର ଏସ୍‌ଡିଜେଏମ୍‌ ଅଦାଲତକୁ ଚାଲାଣ କରାଯାଇଛି।ଆଗାଁ ବନ୍ଧସାହିର ସ୍ୱର୍ଗତ ପଞ୍ଚାନନ ପରିଡ଼ାଙ୍କ ପୁଅ ବୋଲି ଜଣାପଡ଼ିଛି। ପରେ ତାଙ୍କୁ ଭଞ୍ଜନଗର ଏସ୍‌ଡିଜେଏମ୍‌ ଅଦାଲତକୁ ଚାଲାଣ କରାଯାଇଛି।ପ୍ରକାଶ ଥାଉକି ବେଲଗୁଣ୍ଠା ଥାନା ଅଂଚଳ ର ଗାଁ ଗାଁ ରେ ବିଦେଶୀ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି. ଏହିପରି ଯଦି ଚଢ଼ାଉ କରାଯାଏ ତାହାଲେ ମଦ କାରବାର କମିଯାଆନ୍ତା ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.