ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ଚିକିତ୍ସା ଅଭାବରୁ ଚାଲିଗଲା ନବଜାତ ଶିଶୁର ଜୀବନ ।

0 194

ଅନୁଗୋଳ,୧୬/୦୮: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ସାଂଘାତିକ ଅଭିଯୋଗ । ଚିକିତ୍ସା ଅଭାବରୁ ଚାଲିଗଲା ନବଜାତ ଶିଶୁର ଜୀବନ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାଁରେ ପ୍ରତ୍ୟକ ଦିନ କିଛି ନା କିଛି ଅବ୍ୟବସ୍ଥା ରହିଛି। ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି। କେବେ ଧାଡ଼ି ଜନ୍ତ୍ରଣା ତ କେବେ ଚିକିତ୍ସା ରେ ଅବହେଳା। ଏହି ଭଳି ଘଟଣା ପାଇଁ ଚାଲି ଯାଉଛି ନିରୀହ ଜୀବନ। ଏ ପରି ଏକ ଘଟଣା ସାମ୍ନାକୁ ଆସିଛି । ସୂଚନା ଯେ, ଗତ କାଲି ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଶିଶିର ସାହୁଙ୍କ ସ୍ତ୍ରୀ ରିଲି ଦେହୁରୀ ଗର୍ଭବତୀ ରହିଥିଲେ। ରିଲିଙ୍କୁ ଲେବର ପେନ ହେବାରୁ ପ୍ରଥମେ ବଇଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ରିଲିଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗକୁ ଅଣା ଯାଇଥିଲା। ସକାଳ ୭ ଘଟିକା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇଥିଲେ ରିଲି। ରିଲିଙ୍କୁ ଡାକ୍ତର ଦେଖିବା ପରେ ଅଲଟ୍ରାସାଉଣ୍ଡ କରିବା ପାଇଁ ୧୦ ଘଟିକା ବେଳେ ଯାଇଥିଲେ। ଦିନ ୨ ଘଟିକା ବେଳେ ସମସ୍ତ ରିପୋର୍ଟ ଆସିଥିଲା। ତା ପରେ ଡାକ୍ତରଙ୍କୁ ଦେଖିଥିଲେ,ରିପୋର୍ଟ୍ ଦେଖିବା ପରେ ପିଲା ଠିକ୍ ଅଛି ବୋଲି ଡାକ୍ତର କହିଥିଲେ। ରିଲିଙ୍କୁ ସକାଳ ୬ ଘଟିକା ବେଳେ ଖାଇବା ପାଇଁ ସିମେଇ ଏବଂ ପିଈବା ପାଇଁ ପାଣି ଦିଆ ଯାଇଥିଲା। ଗର୍ଭବତୀଙ୍କୁ ଖାଇବା ପାଇଁ ଦେଇଛ ଯାହା ପାଇଁ ଅପରାହ୍ନ ୫ ଘଟିକା ବେଳେ ଅପରେସନ ହେବ ବୋଲି ଚିକିତ୍ସାଳୟ କତୃପକ୍ଷ କହିଥିଲେ। କିନ୍ତୁ ସନ୍ଧ୍ଯା ୭.୩୦ ପର୍ଯ୍ୟନ୍ତ ଅପରେସନ କରିଲେ ନାହିଁ । ତା ପରେ ଅପରେସନ କରାଯାଇଥିଲା। କିନ୍ତୁ ସେତେ ବେଳକୁ ରିଲିଙ୍କ ଶିଶୁ ଟି ମୃତ୍ୟୁ ଘଟି ସାରିଥିଲା । ଏ ଘଟଣା କୁ ଦେଖି ପରିବାର ଲୋକେ ଚିକିତ୍ସା ଅଭାବରୁ ଏ ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି। ସବୁ ଠାରୁ ବଡ଼ କଥା ହେଉଛି ରିଲି ଗର୍ଭବତୀ ଅବସ୍ଥାରେ ଥିବା ବେଳେ ତାଙ୍କୁ ସିଡି ରେ ବରମ୍ବାର ଟେଷ୍ଟ ପାଇଁ ପଠାଇବା କେତେ ଦୂର ଠିକ୍ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସିଡି ରେ ବାରମ୍ବାର ଯିବା ଆସିବା କରିବାରୁ ରିଲି ଙ୍କର ବ୍ଲିଡ଼ିଙ୍ଗ ହୋଇଥିଲା ।

Leave A Reply

Your email address will not be published.