ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ।

0 0

ଯାଜପୁର,୦୮/୦୭(ପିପିଟି): ଜିଲ୍ଲା ଜନଗଣନା ପୁସ୍ତିକା (ହ୍ୟାଣ୍ଡ ବୁକ୍) ପ୍ରସ୍ତୁତି ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ତା ୦୭.୦୭.୨୦୨୬ ରିଖ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତଥା ଜନଗଣନା ଅଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ନାୟକ ଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହାୟକ ଜିଲ୍ଲାପାଳ ଶ୍ରୀମତୀ ନିବେଦିତା ପ୍ରଧାନ ଉପସ୍ଥିତ ଥିଲେ । ରାଜ୍ୟ ଜନଗଣନା ନିର୍ଦେଶାଳୟର ଉପ ନିର୍ଦ୍ଦେଶକ ପବିତ୍ର କୁମାର ମହଲା ଏବଂ ଜିଲ୍ଲା ଦାୟିତ୍ବରେ ଥିବା ଜନଗଣନା ଅଧିକାରୀ ଉପେନ୍ଦ୍ର କୁମାର ନାୟକ ଟ୍ରେନର ଭାବରେ କ୍ଷେତ୍ରାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ଆଗାମୀ ୪ ଦିନ ଧରି ତା ୧୦.୦୭.୨୦୨୬ ରିଖ ପର୍ଯ୍ୟନ୍ତ ଚାଲିବ । ଏହି ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିର୍ଭୁଲ ଭାବରେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବାକୁ କ୍ଷେତ୍ରାଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଉପଦେଶ ଦେଇଥିଲେ । ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ଓ ଏହାର ବିଶେଷ ବ୍ୟବହାର ରହିଛି ବୋଲି ସହାୟକ ଜିଲ୍ଲାପାଳ କହିଥିଲେ । ଏହି ଶିବିରରେ ବିଭିନ୍ନ ତହସିଲରୁ ଆସିଥିବା ରାଜସ୍ୱ ତତ୍ତ୍ୱାବଧାରକ, ରାଜସ୍ୱ ନିରୀକ୍ଷକ ଏବଂ ଅମିନ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

ଜିଲ୍ଲା ଜନଗଣନା ହସ୍ତପୁସ୍ତିକା ହେଉଛି ଭାରତର ଜନଗଣନା ବିଭାଗ ଦ୍ୱାରା ପ୍ରକାଶିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକାଶନ। ପ୍ରତ୍ୟେକ ଜିଲ୍ଲା ପାଇଁ ପୃଥକ ଭାବରେ ଏହା ପ୍ରସ୍ତୁତ କରାଯାଏ । ଏହା ଏକ ପ୍ରାମାଣିକ ତଥ୍ୟଭଣ୍ଡାର, ଯାହା ଜିଲ୍ଲାର ଜନସାଂଖ୍ୟିକ, ସାମାଜିକ ଓ ଆର୍ଥିକ ସ୍ଥିତିକୁ ସମଗ୍ର ଭାବେ ଉପସ୍ଥାପନ କରେ। ଜିଲ୍ଲା ଜନଗଣନା ପୁସ୍ତିକା ଶିକ୍ଷାଗତ, ଚିକିତ୍ସା, ଯୋଗାଯୋଗ, ବ୍ୟାଙ୍କିଙ୍ଗ, ପରିବହନ, ପରିମଳ, ନାଗରିକ ଏବଂ ଅନ୍ୟାନ୍ୟ ସାମାଜିକ-ଆର୍ଥିକ ସୁବିଧା ସମ୍ବନ୍ଧୀୟ ବ୍ୟାପକ ଗ୍ରାମ ଏବଂ ସହର ସ୍ତରୀୟ ସୂଚନା ପ୍ରଦାନ କରେ ଏବଂ ଯୋଜନା, ପ୍ରଶାସନ, ଗବେଷଣା ଏବଂ ନୀତି ପ୍ରଣୟନ ପାଇଁ ପରିସଂଖ୍ୟାନ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ କାର୍ଯ୍ୟ କରେ।

Leave A Reply

Your email address will not be published.