ଜାଲ ସାର୍ଟିଫିକେଟ ଦେଇ ଚାକିରି,ଶିକ୍ଷକ ବହିଷ୍କୃତ।

0 678

ବ୍ରହ୍ମପୁର,୦୫/୦୨(ପିପିଟି): ଜାଲ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ଶିକ୍ଷକ। ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ସିନ୍ଧୁଗୁଡା ୟୁପିଏସ ର ଶିକ୍ଷକ ପ୍ରମୋଦ କୁମାର ବିଷୋୟୀ ଜାଲ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ସୂଚନା ତଥ୍ଯରେ ସମସ୍ତ ସାର୍ଟିଫିକେଟ ମାଗିଥିଲେ। ବିଇଓ ଶେରଗଡ ସୂଚନା ତଥ୍ଯ ଚିଠି ନମ୍ବର ୧୭୬୫,ତା-୧୯/୦୮/୨୦୨୩ ରେ ତଥ୍ଯ ହସ୍ତଗତ ହେବାପରେ ସାର୍ଟିଫିକେଟ ଯାଞ୍ଚ ପାଇଁ ଶ୍ରୀ ମହାନ୍ତି ୧୨ ଅକ୍ଟୋବର ୨୦୨୩ରେ ଜିଲ୍ଲା ଶିକ୍ଷାଧିକାରୀ,ଗଞ୍ଜାମ ସମେତ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ,ମୁଖ୍ଯ ଶାସନ ସଚିବ,ପ୍ରମୁଖ ସଚିବ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ,ଗଞ୍ଜାମ ଜିଲ୍ଲାପାଳ, କ୍ରାଇମବ୍ରାଞ୍ଚ, ଏସପି ଭିଜିଲାନ୍ସ, ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଡିଇଓ ଗଞ୍ଜାମ ତା- ୦୯/୧୧/୨୦୨୩ ରେ ସାର୍ଟିଫିକେଟ ଯାଞ୍ଚ ପାଇଁ ବିଇଓ ଶେରଗଡଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ। ପ୍ରମୋଦ କୁମାର ବିଷୋୟୀଙ୍କ ଓଟିଇଟି ସାର୍ଟିଫିକେଟ ଜାଲ ବୋଲି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା,କଟକ ଚିଠି ନମ୍ବର-୩୮୯,ତା- ୦୧/୦୫/୨୦୨୪ ରେ ବିଇଓ ଶେରଗଡ ଙ୍କୁ ଜଣାଇଲେ। ଶିକ୍ଷକ ପ୍ରମୋଦ କୁମାର ବିଷୋୟୀଙ୍କୁ ଚାକିରିରୁ ବହିଷ୍କୃତ କରାଗଲା। କିନ୍ତୁ ତାଙ୍କ ନାମରେ ଥାନାରେ ଏତାଲା ଦିଆଗଲା ନାହିଁ। ଶ୍ରୀ ମହାନ୍ତି କହିଛନ୍ତି ଥାନାରେ ଏତାଲା ଦିଆଯାଇଥିଲେ ଓଟିଇଟି ଜାଲ ସାର୍ଟିଫିକେଟ କେଉଁଠି ପ୍ରସ୍ତୁତ ହେଉଛି,ଏହାକୁ କିଏ ବିକ୍ରି କରୁଛି ଏବଂ ରେକେଟ ପଛରେ କେଉଁ ନେଟୱାର୍କ କାର୍ଯ୍ଯକରୁଛି ଧରାପଡିଥାନ୍ତା। ସମରଜିତ୍ ମହାନ୍ତିଙ୍କ ଅଭିଯୋଗ କ୍ରମେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୧୫ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଆହୁରି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ନହୋଇ ଫାଇଲ ତଳେ ପଡିରହିଛି।

Leave A Reply

Your email address will not be published.