ବେଲଗୁଣ୍ଠା,୨୧/୦୭(ପିପିଟି):ଗୋଟିଏ ପଟେ ସାଧାରଣ ଜନତାଙ୍କ ଉପରେ ହୋଲ୍ଡିଙ୍ଗ ଟ୍ୟାକ୍ସ ବୋଝ ବଢ଼ିବାରେ ଲାଗିଥିବା ବେଳେ, ଅନ୍ୟପଟେ ନଗର ପ୍ରଶାସନର କର୍ମଚାରୀଙ୍କ ଘୋର ଅବହେଳା ଯୋଗୁଁ ଅକାରଣରେ ବିଦ୍ୟୁତ୍ ଶକ୍ତି ଓ ସରକାରୀ ଅର୍ଥର ଅପଚୟ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୨ଟା ସମୟରୁ ବଡ଼ଦାଣ୍ଡ ସାହିରେ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଜଳୁଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ପେଟ୍ରୋଲ ପମ୍ପ ସାମ୍ନାରେ ଥିବା କିଛି ଲାଇଟ୍ ଦୀର୍ଘ ୪ ମାସ ହେଲାଣି ଦିନରାତି ଜଳି ରହୁଥିଲେ ସୁଦ୍ଧା ଏଥିପ୍ରତି ଏନ୍.ଏ.ସି. ର କୌଣସି ଦାୟିତ୍ୱବାନ କର୍ମଚାରୀଙ୍କ ନଜର ପଡ଼ୁନାହିଁ ।ଦିନବେଳା ନିରବଚ୍ଛିନ୍ନ ଭାବେ ଲାଇଟ୍ ଜଳିବା ଫଳରେ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଉଛି, ଯାହାର ପରୋକ୍ଷ ବୋଝ ଶେଷରେ ଜନସାଧାରଣଙ୍କ ଉପରେ ହିଁ ପଡ଼ୁଛି। ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଚରମ ସ୍ୱେଚ୍ଛାଚାରିତା ଓ ବେପରୁଆ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ଏହାକୁ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଜନସାଧାରଣ ଦାବି କରିଛନ୍ତି ।
ରିପୋର୍ଟ ସୁଶାନ୍ତ କୁମାର ବେହେରା