ଚାଇଲ୍ଡ ଲାଇନକୁ ନାବାଳିକା ହସ୍ତାନ୍ତର କଲା ପ୍ରଶାସନ ।

0 170

ଭଞ୍ଜନଗର,(ପିପିଟି)୦୯/୦୫,ଭଞ୍ଜନଗର ବାଗଦେବୀ ରୋଡ଼ରେ ରହୁଥିବା ଜଣେ ମାନସିକ ବିକୃତ ମହିଳା ନିଜ ନାବାଳିକା ଝିଅ ଚାନ୍ଦିନୀ ସେଠୀ(୫)ର ଯତ୍ନ ନେଇ ପାରୁ ନଥିଲେ।ଫଳରେ ଝିଅଟି ଏଣେ ତେଣେ ବୁଲିବା ସହ ଯିଏ ଯାହା ଦେଲା ତାହାକୁ ଖାଇ ବଞ୍ଚିଥିଲା। ଏହାଦେଖି ମାଆ ବାଗଦେବୀ ଏସ ଏଚ ଜି ଗ୍ରୁପର ମହିଳାମାନେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ଜଣେଇଥିଲେ।ଶ୍ରୀ ମିଞ୍ଜଙ୍କ ନିର୍ଦ୍ଦେଶ ରେ ତହସିଲଦାର ଆଲୋକ କୁମାର ପ୍ରଧାନ ଚାଇଲ୍ଡ ଲାଇନ ସହଯୋଗରେ ଆଜି ଚାନ୍ଦିନୀକୁ ଧରକୋଟରେ ଥିବା ବାଲ୍ମୀକେଶ୍ବର ଅନାଥାଶ୍ରମକୁ ହସ୍ତାନ୍ତର କରିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.