ଚତୁର୍ଥ ପର୍ଯ୍ୟାୟରେ ଭଞ୍ଜନଗର ବ୍ଲକର ୫ଗୋଟି ସ୍କୁଲ ରୂପାନ୍ତରଣ ।

0 103

ଭଞ୍ଜନଗର, ୧୧/୧(ପିପିଟି) : ଗଞ୍ଜାମ ଜିଲ୍ଲାର ୧୪୯ଟି ହାଇସ୍କୁଲକୁ ଚତୁର୍ଥ ପର୍ଯ୍ୟାୟରେ ୫-ଟି ସ୍କୁଲ ଭାବେ ରୂପାନ୍ତରଣ କରାଯାଇଛି।ସେଥି ମଧ୍ୟରେ ଆଜି ଭଞ୍ଜନଗର ବ୍ଲକର ୫ଗୋଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।ସେଗୁଡିକ ହେଲା ତିଳି ସିଙ୍ଗିର ବିପ୍ର ଚରଣ ହାଇସ୍କୁଲ, ତୁରୁମୁର ସ୍ୱାମୀ ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ,ଶାର୍ଦ୍ଦୁଳର ରାଧାକୃଷ୍ଣ ସ୍ୱାମୀ ଉଚ୍ଚ ବିଦ୍ୟାଳୟ,ବାଇବାଲିର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଭଞ୍ଜନଗର ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ।ଏହି ଅବସରରେ ଭଞ୍ଜନଗର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଭାବେ ଲାଲ ସିଂ ସରପଞ୍ଚ ଶିବରାମ ସାହୁ,ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ଼. କୃତ୍ତିବାସ ବିଶ୍ୱାଳ, ପ୍ରାକ୍ତନ ଅଧ୍ୟାପକ ଡ଼. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମାଜସେବୀ ବିଷ୍ଣୁ ଚରଣ ପ୍ରଧାନ, ବିଦ୍ୟାଳୟର ସିଆରସିସି ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ସ୍କୁଲର ରୂପାନ୍ତରଣ କରି ଉନ୍ନତ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି।ଉତ୍ତମ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ସୁନାମ ଅର୍ଜନ କରିବା ସହ ରାଜ୍ୟ ତଥା ଦେଶର ଟେକ ରଖିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର କହିଥିଲେ।ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.