ମାଲକାନଗିରି ୧୮/୦୬(ପିପିଟି):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀଷ୍ମ ଛୁଟି ପରେ ଆଜି ଜୁନ୍ ୧୮ ତାରିଖରେ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପୁଣି ଖୋଲିଛି। ଏପ୍ରିଲ୍ ୨୭ରୁ ଅସହ୍ୟ ତାତି ଯୋଗୁଁ ସ୍କୁଲ ବନ୍ଦ ରହିଥିଲା। ମୌସୁମୀ ଆସିବା ଓ ତାପମାତ୍ରା ହ୍ରାସ ଯୋଗୁଁ ସରକାର ଜୁନ୍ ୧୮ରେ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ।
ସ୍କୁଲ ଖୋଲିବାର ପ୍ରଥମ ଦିନରେ ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଆଦେଶ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀମାନେ ବିଭିନ୍ନ ବ୍ଲକର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ, ପାଠ୍ୟପୁସ୍ତକ ବଣ୍ଟନ ଓ ଶିକ୍ଷକ /ଶିକ୍ଷୟିତ୍ରୀମାଧଙ୍କ ଉପସ୍ଥିତି ଅନୁଧ୍ୟାନ କରିଥିଲେ।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଛୁଟି ସମୟରେ ସମସ୍ତ ସ୍କୁଲରେ ବ୍ୟାପକ ସଫେଇ ଅଭିଯାନ କରାଯାଇଥିଲା ଯଥା ଶ୍ରେଣୀଗୃହ, ବେଞ୍ଚ-ଡେସ୍କ ଓ ଶୌଚାଳୟ ଧୁଆ, ପାନୀୟ ଜଳ ଟାଙ୍କି ଖାଲି କରି ବିଶୋଧନ, ସ୍କୁଲ ପରିସରରୁ ଅନାବନା ଘାସ, ପଲିଥିନ୍ ସଫା ଓ ନାଳୀ ଜାମ୍ ଖୋଲା , ମଧ୍ୟାହ୍ନ ଭୋଜନ ଘର ଓ ବାସନକୁସନ ସମ୍ପୂର୍ଣ୍ଣ ସଫା କରାଯାଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)