ଗଣଦୁଷ୍କର୍ମ ମାମଲାର ବିଚାର : ୪ଅଭିଯୁକ୍ତ ନିର୍ଦ୍ଦୋଷ, ପୀଡ଼ିତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ ।

0 254

କନ୍ଧମାଳ,୨୪/୧୨:(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ପୀଡିତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆଦେଶ ଦେଇଛନ୍ତି କୋର୍ଟ। ସୂଚନା ଅନୁଯାୟୀ, ଗତ ବର୍ଷ ମେ ମାସରେ ଫୁଲବାଣୀ ସଦର ଥାନାରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଏହି ମାମଲାରେ କେସ ନଂ ୪୮/୨୦ ରୁଜୁ କରି ଘଟଣାର ତଦନ୍ତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ତେବେ କୋର୍ଟରେ ବିଚାରଣ ସମୟରେ ଅଭିଯୋଗକାରିଣୀ ପୂର୍ବର ଅଭିଯୋଗ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଥିବା ବୟାନକୁ ଅସ୍ବୀକାର କରିଥିଲେ। ଅନ୍ୟ ସାକ୍ଷୀ ମଧ୍ୟ ଭିନ୍ନ ଭିନ୍ନ ବୟାନ ରଖିଥିଲେ। ଏଣୁ ଏହି ମାମଲାର ବିଚାର କରି ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତଙ୍କୁ ଖଲାସ କରିଥିଲେ। ଅପରପକ୍ଷରେ ଅଭିଯୋଗକାରିଣୀଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୧୯୩ ଅନୁଯାୟୀ ମାମଲା ରୁଜୁ ପାଇଁ ଆଦେଶ ଦେଇଛନ୍ତି ଓ ମାମଲାର ଶେଷ ନ ହେବା ପର୍ଯ୍ୟନ୍ତ ପିଡିତାଙ୍କୁ କ୍ଷତିପୂରଣ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ସ୍ବତନ୍ତ୍ର ପିପି ବିଜୟ କୃଷ୍ଣ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.