ହରଭଙ୍ଗା,୦୩/୬ :ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟପଥର ବଡବନ୍ଧ ନିକଟରେ ଟିପିଏସୋଡ଼ିଏଲ ଟାଟା ପାୱାର ର ଏକ ବୋଲେରୋ ଗାଡି ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତହୋଇଛି।ଏଥିରେ ଡ୍ରାଇଭର ଡ୍ରାଇଭର ଶିବ ନାଗ (୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ଯନ୍ତ୍ରୀ ଭବାନୀ ପାଣିଗ୍ରାହୀ, ସମୀର ନାଏକ, ସଂଗ୍ରାମ କେଶରୀ ସାହୁ ଭଳି ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ହରଭଙ୍ଗା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।