ଖଲ୍ଲିକୋଟ ବ୍ଲକରେ ସ୍ବାସ୍ଥ୍ଯ କର୍ମୀ ପଞ୍ଚାୟତ ମନରେଗା କାର୍ଯ୍ଯ ତଦାରଖ କରୁଛନ୍ତି ।

0 369

ବ୍ରହ୍ମପୁର,୦୩/୧୧(ପିପିଟି): ଖଲ୍ଲିକୋଟ ବ୍ଲକର ବାଦପଲ୍ଲୀ ପଞ୍ଚାୟତରେ ଜନୈକ ସ୍ବାସ୍ଥ୍ଯ କର୍ମୀ ମନରେଗା କାର୍ଯ୍ଯ ତଦାରଖ କରୁଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଘଟଣା ସମ୍ପର୍କରେ ଜଣାପଡିଛି ଯେ ବାଦପଲ୍ଲୀ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ନିର୍ମଳା ଶବର। ସରପଞ୍ଚଙ୍କ ସ୍ବାମୀ ହେଉଛନ୍ତି ଶୁକ୍ଳ ଶବର। ଶୁକ୍ଳ ଶବର ହେଉଛନ୍ତି ସ୍ବାସ୍ଥ୍ଯ କର୍ମୀ। ସେ ଆଇତିପୁରୁ ସବ ସେଣ୍ଟର ରେ ସ୍ବାସ୍ଥ୍ଯ କର୍ମୀ ଭାବରେ କାର୍ଯ୍ଯରତ। ସ୍ବାସ୍ଥ୍ଯ କର୍ମୀ ଶୁକ୍ଳ ଶବର ଅଧିକାଂଶ ସମୟ ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ସମୟରେ ଉପସ୍ଥିତ ରହି ତଦାରଖ କରୁଥିବା ନେଇ ଚର୍ଚ୍ଚା ହେବା ସହିତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶୁକ୍ଳ ଶବର ପ୍ରାୟ ପଞ୍ଚାୟତର ଉନ୍ନୟନ କାର୍ଯ୍ଯରେ ଉପସ୍ଥିତ ରହୁଥିବା ବେଳେ ସେ ସ୍ବାସ୍ଥ୍ଯ ସେବା କାର୍ଯ୍ଯ କେତେବେଳ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏହି ଘଟଣାରେ ସ୍ବାସ୍ଥ୍ଯ ବିଭାଗ ଓ ପ୍ରଶାସନ ଅବଗତ ଥାଇ ଜାଣି ଅଜଣା ଭଳି ରହୁଥିବା ନେଇ ଅଭିଯୋଗ ଉଠୁଛି। ଏହି ଘଟଣା ପ୍ରତି ପ୍ରଶାସନ ଓ ସ୍ବାସ୍ଥ୍ଯ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.