ସୁବର୍ଣ୍ଣପୁର ,୧୯/୦୭(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଲଜୀ ତମଶ୍ଵା ଯୋଗାଳୟ ର ସାଧନା କକ୍ଷରେ ଯୋଗାଳୟ ର ବରିଷ୍ଠ ସଦସ୍ୟ ତଥା ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀଯୁକ୍ତ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡାଙ୍କର ପଞ୍ଚମ ସାରସ୍ୱତ ସୃଷ୍ଟି- “କୋସଲି ବରନବୋଧ” ପାଣ୍ଡୁଲିପି ର ଏକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ ,ସମ୍ମାନୀତ ଅତିଥି ଭାବରେ କବି ଆର୍ତ୍ତତ୍ରାଣ ବାବୁ , କବି ଯୁଧିଷ୍ଠିର ଖମାରୀ, ଡ଼ ଦେବାଶିଷ ପାଣ୍ଡିଆ ଯୋଗ ଦେଇ , ଲେଖକ ଶ୍ରୀଯୁକ୍ତ ପଣ୍ଡାଙ୍କର ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିବା ସହିତ କୋସଲି ବରନବୋଧ ସମଗ୍ର କୋସଲାଞ୍ଚଳ ପାଇଁ ଏକ ଅମୂଲ୍ୟ ବସ୍ତାବିଚ୍ ହେବା ସହ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉପାଦେୟ ଗ୍ରନ୍ଥ ହେବ ବୋଲି ମତପ୍ରକାଶ କରିଥିଲେ । ଲେଖକ ଶ୍ରୀଯୁକ୍ତ ପଣ୍ଡା ପୁସ୍ତକ ରଚ଼ନାର ଆବଶ୍ୟକତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହିତ ପୁସ୍ତକରେ କୌଣସି ତ୍ରୁଟି ବିଚ୍ୟୁତିକୁ ଦର୍ଶାଇ ସଂଶୋଧନ ପୂର୍ବକ ନିର୍ଭୁଲ ତଥା ପରି ମାର୍ଜିତ ପୁସ୍ତକ ବାହାର କରିବା ପାଇଁ ସାହାଯ୍ୟ, ପରାମର୍ଶ, ଉପଦେଶ ଯୋଗାଇ ଦେବାକୁ ଦେବାକୁ ଅତିଥି ମାନଙ୍କୁ ଅନୁରୋଧ ଜଣାଇଥିଲେ । ପାଣ୍ଡୁଲିପି କୁ ସମୀକ୍ଷା କରିଥିଲେ ଐତିହାସିକ ସୁଦାମ ନାଏକ । ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ସଭାକୁ ସଂଯୋଜନା କରିଥିବା ବେଳେ, ଧନ୍ୟବାଦ ପ୍ରଦାନ କରିଥିଲେ କବି ଅଖୋଜ କୁମାର ଷାଣ୍ଢ । ଏହି ସାରସ୍ଵତ ସଭାରେ ଯୋଗାଳୟ ର ସମସ୍ତ ଯୋଗୀ ମାନଙ୍କ ସହିତ, ସହରର ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ