କୋଦଳା ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ୨ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା ।
କୋଦଳା ୦୪/୦୫(ପିପିଟି):କୋଦଳା ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ଯାଳୟ ପରିସରରେ ବିଘ୍ନରାଜ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଏଥି ସହିତ ୫ଟି ମହାପୁଋଷ ଯଥା ଉତ୍କଳ ଗୌରବ ମଧୁସୂଦନ ଦାସ, ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ମାଝୀଙ୍କ ସମେତ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ପରିଚାଳନା କମିଟି ସଭାପତି ଦେବେନ୍ଦ୍ର କୁମାର ପାଣ୍ଡୀ,ସେଠାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସବିତା କୁମାରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ବିଦ୍ୱାନ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି ରେ ଏହିକାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ ହୋଇଥିଲା । ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟ ର A1 ଗ୍ରେଡ ରଖି ଅଞ୍ଚଳ ପାଇଁ ଗୌରବ ଆଣିଥିବା ୨ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବେଗୁନିଆପଡ଼ା ବ୍ଳକରେ ମୋଟ ୭ ଛାତ୍ର ଛାତ୍ରୀ A1 ଗ୍ରେଡ ରେ ଉତୀର୍ଣ୍ଣ ହୋଇଥିବା ବେଳେ ସେଥିମଧ୍ୟରୁ କୋଦଳା ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ୨ ଛାତ୍ରୀ ରହିଛନ୍ତି। ସେମାନେ ହେଲେ ୯୩% ଅର୍ଥାତ୍ ୫୫୯ ମାର୍କ ରଖିଥିବା ଅର୍ଚ୍ଚିତା ପାଢ଼ୀ ଓ ୯୨%ରୁ ଉର୍ଦ୍ଧ୍ବ ଅର୍ଥାତ୍ ୫୫୪ ନମ୍ବର ରଖିଥିବା ଲିପ୍ସା ନାୟକ। ଏହି ୨ ଛାତ୍ରୀଙ୍କୁ ଆଜି ବିଦ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସଫଳତା ପାଇଁ ବିଦ୍ଯାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି ଉଭୟ ଛାତ୍ରୀ। ଯୁକ୍ତ ୨ ବିଜ୍ଞାନ ପଢିବା ସହ ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଅର୍ଚ୍ଚିତା । ସେହିପରି ଯୁକ୍ତ ୨ ବିଜ୍ଞାନ ଅଧ୍ଯୟନ କରି ଡାକ୍ତର ହେବି ବୋଲି କହିଛନ୍ତି ଲିପ୍ସା। ବିଦ୍ଯାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅହରହ ଚେଷ୍ଟା କରୁଛୁ ଏବଂ ଆଗାମୀ ଦିନରେ ଆହୁରି ଅଧିକ ଛାତ୍ରଛାତ୍ରୀ କିପରି ଭଲ ଅଧ୍ଯୟନ କରିବେ ତାହା ଆମର ପ୍ରାଥମିକତା ହେବ ବୋଲି କହିଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ମାଝୀ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ