କୋଦଳା ଅଦାଲତ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ।

0 12

କୋଦଳା,୦୧/୧୦(ପିପିଟି):”ସ୍ୱଛତା ହିଁ ସମ୍ପଦ,ପରିବେଶ ସ୍ୱଚ୍ଛ ରହିଲେ ଶରୀର ସୁସ୍ଥ ରହିବ” ଏହାକୁ ନେଇ ରବିବାର ଗଞ୍ଜାମ ଜିଲ୍ଲା କୋଦଳା ଅଦାଲତ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଚିନ୍ମୟ ଗୋଛାୟତ ଯୋଗଦେଇ ପରିବେଶ ସ୍ୱଛତା ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ନିଜ ପରିବେଶ ସଫା ରଖିବା ଦାୟିତ୍ୱ ନିଜର, ନିଜେ ସଫା ରହିବା ସହିତ ପରିବେଶକୁ ସଫା ରଖିବା,ସମାଜକୁ ସଫା ରଖିବାରେ ସହାୟକ ହେବା ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ସମସ୍ତ କର୍ମଚାରୀ କୋର୍ଟ ପରିସରକୁ ସଫା କରିଥିଲେ। ଏଥିରେ ଜେ ଏମ ଏଫ ସି ବିମଳ ଲକ୍ଷ୍ମୀ ଚୌଧୁରୀ, ସରକାରୀ ଓକିଲ ବାଳକୃଷ୍ଣ ପଣ୍ଡା, ବରିଷ୍ଠ ଆଇନଯିବି ସୁବାସ ଚନ୍ଦ୍ର ସାହୁ, ଅବନୀ ଶଙ୍କର ମିଶ୍ରଙ୍କ ସମେତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.