କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ; ଶପଥ ନେଲେ ଡ. ସତ୍ୟଜିତ ନାୟକ ।

0 13

କଟକ,୩୧/୧୦(ପିପିଟି) : କଟକସ୍ଥିତ କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଜାତୀୟ ଏକତା ଦିବସ ପାଳନ ଅବସରରେ ଆଇଜି ଡ. ସତ୍ୟଜିତ ନାୟକ, ଆଇପିଏସ୍ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ। ଦେଶର ଐକ୍ୟ ଓ ସଂହତିକୁ ଅକ୍ଷୁଣ୍ଣ ରଖିବା ସହ ଏହାର ବାର୍ତ୍ତା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚାଇବାକୁ ସେ ନିଜର ଦୃଢ଼ ସଙ୍କଳ୍ପ ପ୍ରକାଶ କରିଥିଲେ। ଏହି ଅବସରରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦର୍ଶିତା, ନେତୃତ୍ୱ ଓ ଅବଦାନକୁ ସ୍ମରଣ କରାଯାଇଥିଲା। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ସହ ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ପ୍ରତ୍ୟେକ ନାଗରିକ ଓ ଅନୁଷ୍ଠାନର ସାମୂହିକ ଦାୟିତ୍ୱ ବୋଲି ଏହି ଶପଥ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।

Leave A Reply

Your email address will not be published.