କୁଲାଡ଼ ଅଞ୍ଚଳ ବୁଲିଲେ ପୁରୀ ମା’ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ।

0 330

ଭଞ୍ଜନଗର, ୦୧/୧୨(ପିପିଟି ):ଘୁମୁସର ଗଡ ୫ଶହ ବର୍ଷର ପୁରୁଣା ଐତିହ୍ୟ ଓ କୁଲାଡ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁ ଜଗନ୍ନାଥଙ୍କ ଭଗ୍ନ ହାତ ଦେଖି ପୁରୀ ଶ୍ରୀ ମନ୍ଦିର ମା’ସୁଭଦ୍ରାଙ୍କ ମୁଖ୍ୟ ବାଡ ଭାବଗ୍ରାହୀ ରାମଦାସ ମୀହାପାତ୍ର ଦୁଃଖ ପ୍ରକାଶ କରିଛନ୍ତି। ଘୁମୁସର ଅଞ୍ଚଳର ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହ କୁଲାଡ ମନ୍ଦିର ମାଳିନୀ ଘୁମୁସର ଗଡ ଓଡିଆ ଅସ୍ମିତା ଯାହା ପାଇଁ ଓଡିଆ ଆଜି ବଞ୍ଚି ରହିଛି, ସେହି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭୂମି ଓ ସାଧନାକ୍ଷେତ୍ର ମା’ବାଗଦେବୀ ପୀଠ ଆଜି ଚରମ ଅବହେଳିତ I ଶାସନ ଓ ପ୍ରଶାସନ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଭୂୟିସୀ ପ୍ରଶଂସା କରିଛନ୍ତି। ତା ସହିତ ବିଗ୍ରହଙ୍କ ନବ କଳେବର ଯଥା ଶୀଘ୍ର କରାଯାଉ ବୋଲି ମତ ଦେଇଛନ୍ତି। ପ୍ରାକ୍ତନ ଗଞ୍ଜାମ ଜିଲ୍ଲାପାଳ ଥିବା ତଥା ବର୍ତ୍ତମାନର ପୁରୀ ଜିଲ୍ଲାପାଳ ଦିବ୍ୟଶଙ୍କର ପରିଡା, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରିକ୍ଷକ ଓ ଦେବୋତ୍ତର କମିଶନରଙ୍କ ସହିତ ଏବିଷୟରେ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି I ଏ ଅଞ୍ଚଳର କିଛି ଆଳୌକିକ ଶକ୍ତି ରହିଛି ଯାହା ଫଳରେ ମୁଁ ଆସିବାକୁ ବାଧ୍ୟ ହେଲି ବୋଲି ସେ ମତ ରଖିଛନ୍ତି I ସମାଜ ସେବୀ ପ୍ରକାଶ ଚନ୍ଦ୍ର ସାହୁ, ଶିବପ୍ରସଦ ସାହୁ,ସଞ୍ଜୟ ପ୍ରଧାନ,ବ୍ରହ୍ମାନନ୍ଦ ଦାସ, ଅବନୀ ପତି, ବିନୟ ନାୟକ ଓ ମନ୍ଦିର ସମୂହ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ I

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.