କାର୍ତ୍ତିକ ମାସରେ ବିଭିନ୍ନ ଦେବାଳୟ ଓ ପୁଷ୍କରିଣୀ ସଫା କରିଲେ ସେବା ପ୍ରତିନିଧି ।

0 12

ଭୁବନେଶ୍ୱର,୨୬/୧୧(ପିପିଟି): ପବିତ୍ର କାର୍ତ୍ତିକ ମାସକୁ ନେଇ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳେଶ୍ଵରସ୍ଥ କପିଳନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ଧଉଳିର ଧବଳେଶ୍ଵର ମନ୍ଦିର, ଜାଗମରାର ଜଗନ୍ନାଥ ମନ୍ଦିର, ସାକ୍ଷୀଗୋପାଳର ରାଧାପାଦ ଦର୍ଶନରେ ସେବା କାର୍ଯ୍ୟ କରାଯାଇଥିଲା। ଏଥିରେ ପୋଲିସ କମିଶନର, ଏଣ୍ଡାମେଣ୍ଠ କମିଶନର ସହଯୋଗର ହାତ ବଢ଼ାଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।ତତ୍ ସହିତ ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଉଚିତ ରୂପେ ଦର୍ଶନ କରିବାକୁ ସହଯୋଗର ହାତ ବଢାଯାଇଥିଲା। କପିଳେଶ୍ଵର ମଣି ବର୍ଣ୍ଣିକା ପୁଷ୍କରିଣୀ ଓ ବିନ୍ଦୁସାଗରରେ ଲୋକ ଭସାଇଥିବା ଡଙ୍ଗାଗୁଡିକୁ ପାଣିରୁ କଢା ଯାଇଥିଲା।
ଋଷିକୁଲ୍ୟା ନଦୀ ମୁହାଣରେ ବସବାସ କରୁଥିବା ଅସହାୟ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା।ଗଜପତି ଜିଲ୍ଲାର ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ରାଜେଶ୍ କୁମାର ମିଶ୍ର ଓ ସୁରେଶ ଚନ୍ଦ୍ର ପାତ୍ର ତଥା ଜଗନ୍ନାଥ ଚୈ।ପୁରୀ, ମନୋଜ ମିଶ୍ର, ନିରାକାର ସାହୁ, ଦେବଦତ୍ତ ମୁନୀ, ସୀତା ରାଉତ,ଛବିରାଣୀ ବେହେରା,ରଞ୍ଜୁ ବେହେରା, ଦୁର୍ଯ୍ୟୋଧନ ଦାସ, ପ୍ରଦୀପ ରାୟ, ବର୍ଣ୍ଣମାଳା ପାତ୍ର, ସ୍ନେହଲତା ପାତ୍ର ଓ ଅନେକେ ସହଯୋଗର ହାତ ବଢ଼ାଇଥିଲେ।

Leave A Reply

Your email address will not be published.