କଳ୍ପଲତା ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ।

0 0

ବେଗୁନିଆପଡ଼ା,୧୬/୧୧(ପିପିପି): ରବିବାର ଦିନ ଭୁବନେଶ୍ଵର ସ୍ଥିତ ଭାରତୀୟ ବିଦ୍ୟାଭବନ ଠାରେ ରୋଟାରୀ କ୍ଲବ ରାଜଧାନୀ ଭୁବନେଶ୍ଵର ଆନୁକୂଲ୍ୟାରେ ଆୟୋଜିତ ସାହିତ୍ୟ ସମ୍ଭାର ପଞ୍ଚମ ବାର୍ଷିକ ଉତ୍ସବ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅଞ୍ଚଳର କବୟିତ୍ରୀ କଳ୍ପଲତା ମହାପାତ୍ର ସାରସ୍ଵତ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ଫନି ମହାନ୍ତି, ମୁଖ୍ୟବକ୍ତା ଭାବେ ଅଜୟ କୁମାର ମିଶ୍ର, ରୋଟାରୀ କ୍ଲବ ସଭାପତି ରୋଟାରୀଆନ ଘନଶ୍ୟାମ ଓଝା, ସମ୍ପାଦକ ରୋଟାରୀଆନ ସଞ୍ଜୟ ମହାପାତ୍ର, ସାହିତ୍ୟ ସମ୍ଭାର ସମ୍ପାଦିକା ସସ୍ମିତା ଦାଶ ପ୍ରମୁଖ ମଞ୍ଚାସିନ ଥିଲେ । କବୟିତ୍ରୀ ମହାପାତ୍ରଙ୍କୁ ମଞ୍ଚାସିନ ଅତିଥିମାନେ ମାନପତ୍ର ଏବଂ ଉପଢୌକନ ଆଦି ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସୁଚନା ଅନୁଯାଇ ଏଥିରେ ଓଡିଶାର ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ପ୍ରତିଭାବାନ୍ କବି ଏବଂ କବାୟତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶେଷରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦିକା ସସ୍ମିତା ଦାଶ ସଂଯୋଜନା କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.