ବାଲିଗୁଡା , ୨୬/୦୫(ପିପିଟି): ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ମୁଖ୍ୟ ଶିକ୍ଷକ ସ୍ତରର ଅଧିକାରୀ ମାନଙ୍କର ବ୍ୟାପକ ବଦଳି ଆଦେଶ ଜାରି କରାଯାଇଛି । ବିଭାଗର ନୋଟିଫିକେଶନ ନମ୍ବର ୧୩୨୩୮/ଏସଏମଇ, ତା.୨୫.୦୫.୨୦୨୬ ଅନୁଯାୟୀ ରାଜ୍ୟ ମୋଟ ୬୭ ଜଣ ଅଧିକାରୀଙ୍କୁ ନୂତନ ସ୍ଥାନରେ ନିଯୁକ୍ତ କରାଯାଇଛି । ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ମଧ୍ୟ କିଛି ଅଧିକାରୀଙ୍କର ବଦଳି ହୋଇଛି । ଫିରିଙ୍ଗିଆ ବ୍ଲକ ବିଇଓ ଅଲୋକ ପାଢ଼ୀଙ୍କୁ ବରଗଡ଼ ଜିଲ୍ଲା ବରପାଲିକୁ ବଦଳି କରାଯାଇଥିବା ବେଳେ ବାଲିଗୁଡ଼ା ବିଇଓ ମହେଶ୍ୱର ମାଝୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି ଖଜୁରିପଡ଼ା ବିଇଓ ବିନୋଦ ବିହାରୀ ଦିଗାଳଙ୍କୁ ଟିକାବାଲି ବିଇଓ ଭାବେ ପଦସ୍ଥାପନ କରାଯାଇଛି । ରାଇକିଆ ବିଇଓ କେଶବ ମଲ୍ଲିକଙ୍କୁ ଯାଜପୁର ଜିଲ୍ଲା ଦଶରଥପୁରକୁ ବଦଳି କରାଯାଇଛି ଏହାସହ ଗଞ୍ଜାମ, କଟକ, ବାଲେଶ୍ୱର, ମୟୁରଭଞ୍ଜ, ସମ୍ବଲପୁର, ନୟାଗଡ଼, କୋରାପୁଟ, କଳାହାଣ୍ଡି, ଜଗତସିଂହପୁର, ଢେଙ୍କାନାଳ ଓ ଅନ୍ୟାନ୍ୟ ଜିଲ୍ଲାର ଅଧିକାରୀ ମାନଙ୍କର ମଧ୍ୟ ବଦଳି ହୋଇଛି । ସରକାରୀ ନିର୍ଦ୍ଦେଶାନୁସାରେ ସମ୍ପୃକ୍ତ ଅଧିକାରୀମାନେ ଶୀଘ୍ର ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେବାକୁ କୁହାଯାଇଛି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ