କନ୍ଧମାଳ ଜିଲ୍ଲାରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ ।

0 164

ବାଲିଗୁଡା, ୧୫/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଖଜୁରୀନାଳ ଠାରେ ଅନୁରାଗ ପାଳ ଙ୍କ ଆବାହନ କ୍ରମେ ଜିଲ୍ଳା ସ୍ତରୀୟ ହାଇୱା ଆସୋସିଏସନ୍ ଗଠିତ ହୋଇଛି । ଏଥିରେ ସମଗ୍ର ଜିଲ୍ଲା ରେ ଥିବା ସମସ୍ତ ହାଇୱା ଓ ଟିପର ମଲିକ ମାନେ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ ସଭାପତି ଭାବେ ପୁର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ଦିଲ୍ଲୀପ ସାହୁ, ସଧାରଣ ସମ୍ପାଦକ ଭାବେ ଅନୁରାଗ ପାଳ, ଯୁଗ୍ମ ସଂପାଦକ ଭାଵେ ଶାନ୍ତନୁ କୁମାର ଦାସ, କୋଷାଧକ୍ଷ ଭାଵେ ମୋହନ ପ୍ରସାଦ ସୁବୁଦ୍ଧି ପ୍ରମୁଖ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ଏହି ବୈଠକ ରେ ଅନେକ ସମୟରେ ମାଇନ୍ସ ଵିଭାଗ କାର୍ଯ୍ୟାନୁଷ୍ଠାନ ଆଳରେ ମାତ୍ରାଧିକ ଫାଇନ କାଟୁଛି ଫଳରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ସରକାରୀ ଠିକା କାର୍ଯ୍ୟ ଠପ୍ ହେଉଛି ଫଳରେ ସଧାରଣ ଜନତା ଠାରୁ ଆରମ୍ଭ କରି ଠିକାଦାର କ୍ଷତିଗ୍ରସ୍ତ ହେଉଛନ୍ତି, ଏହାର ସମାଧାନ ସ୍ୱରୂପ ସରକାର ଙ୍କୁ ସୁହାଇଲା ଭଳି ଏବଂ ହାଇୱା ମାଲିକ ଙ୍କୁ ସୁହାଇଲା ଭଳି ଆସୋସିଏସନ୍ ମାଧ୍ୟମ ରେ ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଳା ସଭାପତି ତଥା ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଓ ସଂପାଦକ ଦିଲ୍ଲୀପ ସାହୁ ପ୍ରକାଶ କରିଛନ୍ତି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.